ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଯୋଗ ଦେବା ପରେ ଆଜି ତାଙ୍କୁ ଓଡ଼ିଶା ଭିନ୍ନକ୍ଷମ ମଞ୍ଚ ଭଦ୍ରକ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ୨୦୦୮ରୁ ଭିନ୍ନକ୍ଷମମାନଙ୍କ ପକ୍ଷରୁ ହୋଇ ଆସୁଥିବା ଦାବୀ ଗୁଡିକ ପୂରଣ ଦିଗରେ ସରକାର ଉଦାସୀନ ରହିଛନ୍ତି । ସରକାର ସେମାନଙ୍କ ଦାବିକୁ ପୂରଣ କରିବା ଦିଗରେ ପଦକ୍ଷେପ ନେବା ନିମନ୍ତେ ନୂତନ ଜିଲ୍ଲାପାଳ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । ଏହି ଦାବିପତ୍ର ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଭଦ୍ରକ ଜିଲ୍ଲା ସଭାପତି ଚିନ୍ତାମଣି ରାଉତ, ସମ୍ପାଦକ ବେଣୁଧର ପଣ୍ଡା, କାହ୍ନୁ ଚରଣ ସାହୁ, ଗୋଲାବୁଲ ଖାତୁନ, ବାସନ୍ତୀଲତା ମଲିକ, ଝୁନୁଲତା ଦାସ, ରେବତୀ ରଂଜନ ପାତ୍ର, ସୁବାସ ଚନ୍ଦ୍ର ଧଳ, ଡ. ପ୍ରଫୁଲ୍ଲ କୁମାର ଓଝା, ସେକ ରମଜାନ, ଯୁଧିଷ୍ଠିର ନାୟକ, ଜିତେନ୍ଦ୍ର ଦାସ, ମାଧବ ନାଥ, ପ୍ରଭାତ ପରିଡା,ଭାଗିରଥୀ ମହାଳିକ, ଜ୍ଞାନରଂଜନ ରାୟ ପ୍ରମୁଖ ଯୋଗ ଦେଇଥିଲେ ।