Home ଜିଲ୍ଲା ପରିକ୍ରମା ଯଶସ୍ୱୀ କବି କମଳାକାନ୍ତ ଲେଙ୍କାଙ୍କ ୨୩ତମ ଶ୍ରାଦ୍ଧୋତ୍ସବ

ଯଶସ୍ୱୀ କବି କମଳାକାନ୍ତ ଲେଙ୍କାଙ୍କ ୨୩ତମ ଶ୍ରାଦ୍ଧୋତ୍ସବ

25

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସୁଯୋଗ୍ୟ ସନ୍ତାନ, ଯଶସ୍ୱୀ କବି କମଳାକାନ୍ତ ଲେଙ୍କାଙ୍କ ୨୩ ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ହୋଟେଲ ଯଶୋଦା ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି । କଥାକାର ରଜନୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ କବି ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ବରିଷ୍ଠ କବି ହୃଦାନନ୍ଦ ପାଣିଗ୍ରାହୀ, କବି ଭରତ ଦାଶ, ବାଲେଶ୍ୱର ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା ଯୋଗ ଦେଇ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସମାଜର ସମ୍ପାଦକ କବି ସୀତାଂଶୁ ଲେଙ୍କା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଅତିଥିଙ୍କୁ ସ୍ୱାଗତ କରିଥିଲେ କବି ଅକ୍ଷୟ କୁମାର ଜେନା, ଅତିଥି ପରିଚୟ ପ୍ରଦାନ କରିଥିଲେ କବି ଡ. ଅବନୀ ପ୍ରଧାନ । ମୁଖ୍ୟଅତିଥି ଶ୍ରୀ ଦାସ ଭୀମ ପୃଷ୍ଟିଙ୍କ ଦ୍ୱାରା ରଚିତ ପୁସ୍ତକ ‘୪୧ ଦିନ ଚିହ୍ନବର୍ଣ୍ଣ’, କବି ସୀତାଂଶୁ ଲେଙ୍କାଙ୍କ କବିତାକୁ ନେଇ ‘କଥାଯାତ୍ରା’କୁ ଉନ୍ମୋଚନ କରିଥିଲେ । ଉକ୍ତ ସଭାରେ କବି ସେମାନାଥ ଓଝା, ନିର୍ମଳ ସେନାପତି, ମଧୁସ୍ମିତା ନାୟକ, ମନୋରଂଜନ ମୁଦୁଲି, ନିର୍ମଳ ରାଉତ, ଦେବେନ୍ଦ୍ର ନାଥ ମହାଳିକ, ଅରୁପାନନ୍ଦ ନାୟକ, ପ୍ରଫେସର ଅଟଳ ବିହାରୀ ନାୟକ, ଚୈତାଳୀ ଖିଲାର, ବସନ୍ତ ନାୟକ, କବି ଦିବ୍ୟସିଂହ ଦାସଅଧିକାରୀ, ରମେଶ ଚନ୍ଦ୍ର ଦାସ, ଆଡ୍‌ଭୋକେଟ ଗଦାଧର ବଳ, ଡ. କାନନ ମହାନ୍ତି, ରାଜକିଶୋର ସାହୁ, ଡ. ମମତା ସାହୁ, ରମ।।କନ୍ତ ଲେଙ୍କା, କୁମାର ଗୋପାଲ, ନରେନ୍ଦ୍ର ପ୍ରସାଦ ପରିଡା, କବି ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ବହୁ କବି, କବୟିତ୍ରୀ, ସାହିତ୍ୟପେମୀ ଯୋଗ ଦେଇ ସ୍ୱର୍ଗତ ଲେଙ୍କାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ସମ୍ପାଦକ କବି ସୀତାଂଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.