ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ନିଜ ଲୋକସଭା କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଦୀଲ୍ଳି ଦରବାର ତଥା ସଂସଦ ଭବନ ଠାରେ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତକରି ଦାବି ଜଣାଇଥିବାବେଳେ ଚଳିତ ଲୋକସଭା ଚାଲିଥିବାବେଳେ ଗୁରୁବାର ମଧ୍ୟାହ୍ନରେ ସଂସଦ ଭବନଠାରେ ଭଦ୍ରକ- କୋଠାର- ବାବା ଆଖଣ୍ଡଳମଣୀ ଏବଂ ଜାମଝାଡ଼ି- ଧାମରା- ବାସୁଦେବପୁର ରାସ୍ତା ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ମାନ୍ୟବର ନୀତିନ ଗଡ଼କରିଙ୍କୁ ସାକ୍ଷାତ କରି ଲିଖିତଭାବେ ଦାବି ଜଣାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ତତ୍ସହିତ ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ରତନପୁର ଠାରୁ ଧାମରା ଏବଂ ବାସୁଦେବପୁର ଠାରୁ ଦୀଘା ମଧ୍ୟରେ ଭଦ୍ରକ ସଂସଦୀୟ ନିର୍ବାଚନ ମଣ୍ଡଲୀ ଅଧିନସ୍ଥ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି- ବାସୁଦେବପୁର ଓ ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୭୦କିଲୋମିଟର ଦୈର୍ଘ୍ୟ ରାସ୍ତା ଅନ୍ତର୍ଭୁକ୍ତ ହୋଇଥିବରୁ ତାହା ଯଥାଶୀଘ୍ର କାର୍ଯ୍ୟକାରୀ ହେବାକୁ ଜମିଅଧିଗ୍ରହଣ ନିର୍ମାଣଧିନ ପୋଲ, ଡ଼୍ରେନ ଏବଂ ବିସ୍ତାପିତ ହେଉଥିବା ଲୋକମାନଙ୍କ ସମଶ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ରାଜପଥ ୧୬ନଂ ଚଣ୍ଡିଖୋଲ- ଭଦ୍ରକ ଏବଂ ଭଦ୍ରକ- ବାଲେଶ୍ୱର ୬ଲାଇନ୍ ରାସ୍ତାର ମଧ୍ୟ ଅଗ୍ରଗତି ଓ ସମ୍ପୁର୍ଣ୍ଣ କରିବାପାଇଁ ମଧ୍ୟ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରିଙ୍କ ସହିତ ଆଲୋଚନା କରିଛନ୍ତି । ଭଦ୍ରକ- ଆରଡ଼ି ରାସ୍ତା କୁ ଜାତୀୟ ରାଜପଥ ପାଇଁ ଯୋଜନାରେ ଅଛି । ଜାମଝାଡ଼ି- ବାସୁଦେବପୁର- ଧାମରା ରାଜ୍ୟ ରାଜ୍ୟପଥ ରାସ୍ତାକୁ ଖୁବ୍ ଶୀଘ୍ର ଜାତୀୟ ରାଜପଥଭାବେ ଘୋଷଣା କରାଯିବା ସହିତ ଭାରତମାଳା ଯୋଜନାରେ ପୋଷ୍ଟାଲ ହାଇୱେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ସବିଶେଷ ବିବରଣୀ ସାଂସଦ ଙ୍କୁ ଜଣାଇଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରି ପ୍ରତିଶୃତି ଦେଇଥିବା ସାଂସଦ ଶ୍ରୀ ମଣ୍ଡଳଙ୍କ ଠାରୁ ସୂଚନା ମିଳିଛି । ରାଜ୍ୟସରକାର ଓ ସାଂସଦଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ସଫଳରୁପାୟନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରି ସହଯାଗ କାମନା କରିଛନ୍ତି । ଏହି ଦାବିପତ୍ର ଓ ସାକ୍ଷାତ ଆଲୋଚନା ସମୟରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ରହି ଭଦ୍ରକ ଲୋକସଭାକ୍ଷେତ୍ରରେ ଥିବା ବିଭିନ୍ନ ସମଶ୍ୟା ଉପରେ ଆଲୋଚନା କରିଥିଲେ ।