Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ବାତ୍ୟା ପୀଡ଼ିତଙ୍କୁ ରିଲିଫ ବଣ୍ଟନ

ବିଜେପି ପକ୍ଷରୁ ବାତ୍ୟା ପୀଡ଼ିତଙ୍କୁ ରିଲିଫ ବଣ୍ଟନ

21

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ୟଶ୍‌’ ଦ୍ୱାରା ପ୍ରଭାବିତ ହୋଇଥିବା ପୀଡ଼ିତ ପରିବାରଙ୍କୁ ଭଦ୍ରକ ବିଜେପି ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି । ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ପଞ୍ଚାୟତରେ ୩ଶହରୁ ଉର୍ଦ୍ଧ୍ୱ ପରିବାରକୁ ରିଲିଫ ବଣ୍ଟନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ ଏବଂ ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଗେଲପୁର ସରପଞ୍ଚ ମାନସୀ ରାଉତଙ୍କ ପ୍ରତିନିଧି ଯୁବନେତା ସୁବ୍ରତ ରାଉତ, ସମିତି ସଭ୍ୟ ଅଶୋକ ପରିଜା, ଶଙ୍କର୍ଷଣ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲ୍ଲା ଆଇଟି ସେଲ ସଂଯୋଜକ ଶଶାଙ୍କ ମିଶ୍ର, ଯୁବନେତା ବୃଷଭାନୁ ସାହୁ, ଭାଗରଥୀ ମହାକୁଡ, ଶଶାଙ୍କ ଶେଖର ଦାଶ, ସମ୍ବିତ ପଣ୍ଡା, ବିଜୟ ନାୟକ, ସୌମ୍ୟ ରଂଜନ ପ୍ରଧାନ ପ୍ରମୁଖ ଏହି ରିଲତଫ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.