ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୧୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୬୧ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଜିଲ୍ଲାରୁ ମୋଟ ୪ ଲକ୍ଷ ୩୪ ହଜାର ୭୫୫ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୨୦ ହଜାର ୨୭୭ଜଣ । ଆଉ ସୁସ୍ଥ ହୋଇଛନ୍ତି ୧୭ ହଜାର ୮୯୯ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୩୩୭ ଜଣ । ଚିହ୍ନଟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୯, ୧୭, ୭ ଓ ୧୩ରୁ ଜଣେ ଲେଖାଏଁ କରି ମୋଟ ୪ଜଣ, ଭଦ୍ରକ ପୌରପାଳିକାର ବାଇପାସ୍, ଜାନୁଗଞ୍ଜ, ଗବସାହି, ଚରମ୍ପା, ସନ୍ଥିଆ, ପୁରୁଣାବଜାରରୁ ମୋଟ ୯ଜଣ, ବନ୍ତ ବ୍ଳକର ଚାରିଗାଁ, ବଡବର୍ଚ୍ଚିକୟାଁ, ବନ୍ତ, ବି.ଟି.ପୁର, ଗଣିଜାଙ୍ଗ, ନିଳୋକ, ଅଳଓତି, ଷେଣ୍ଢତୀରା, ଟିଲୋ, ତୋଡଙ୍ଗା ଗ୍ରାମରୁ ମୋଟ ୨୮ଜଣ, ଚାନ୍ଦବାଲି ବ୍ଲକର ଓସ୍ତିଆ, ବାଂଶଡା, ଗୋପାଳବିନ୍ଧା, ଭୁଇଁବୃତ୍ତି, ବିଜୟନଗର, ଯଶିପୁର, କରଞ୍ଜମାଳ, ମତୋ, ନଳଗୋହିରା, ନୂଆଗାଁ, ଭଗାନଟା, ଉତୁକୁଡା ଗ୍ରାମରୁ ମୋଟ ୧୬ଜଣ, ଚାନ୍ଦବାଲି ଏନ୍ଏସିର ୭ ନଂ ଓ ୮ ନଂ ୱାର୍ଡରୁ ୪ଜଣ, ଧାମନଗର ବ୍ଳକର ଅସୁରାଳି, ଭଗବାନପୁର, ଚୁଡାକୁଟି, ଧୁଷୁରୀ, ଦୋବଲ, ଫତେପୁର, ଶ୍ରୀଗଙ୍ଗା, କରଦା, ମଙ୍ଗଳପୁର, ମୁସ୍ତାଫାପୁର, ପଧାନୀ, ଦଳାଙ୍ଗ ଗ୍ରାମରୁ ମୋଟ ୨୨ଜଣ, ବାସୁଦେବପୁର ବ୍ଲକର ଆନ୍ଦୋଳା, ଆର୍ତ୍ତୁଂ, ବିରସ, ବ୍ରାହ୍ମଣୀଗାଁ, ଚୁଡାମଣି, କମାରଗାଁ, କିସ୍ମତ୍କୃଷ୍ଣପୁର, ନରସିଂହପୁର, ସୁଦର୍ଶନପୁର, ବିଦେଇପୁର ଗ୍ରାମରୁ ମୋଟ ୧୩ଜଣ, ଭଦ୍ରକ ବ୍ଲକର ଅଣ୍ଢେଇପଲ୍ଲୀ, ଚଣ୍ଡିଗାଁ, ଚରମ୍ପା, ଦଇସିଂ, ଏରେଇଁ, ନଳାଙ୍ଗ, ଗୋରାମାଟି, ହରିପୁର, କାଉପୁର, କେଦାରପୁର, ଖଣ୍ଡତଡା, କୋଡବରୁଁଆ, ଓଲଙ୍ଗ, ରାନ୍ଦିଆ, ବେନ୍ତାଳ, ସାବରଙ୍ଗ ଓ କୋରକୋରାରୁ ମୋଟ ୩୩ ଜଣ, ତିହିଡ଼ି ବ୍ଲକର କାଁପଡା, କୋହ୍ଲ, ସୟା, ତାଳପଦା ଗ୍ରାମରୁ ମୋଟ ୯ଜଣ, ଭଣ୍ଡାରିପୋଖରୀ ବ୍ଳକର ବନ୍ଦାଳୋ, ମଢିଆଳି, ବିଷ୍ଣୁପୁର, ଦକ୍ଷିଣବାଡ, ଜଳମଣ୍ଡୁଆ, କଣ୍ଟି, ପାଟୁଳି, ରାମଚନ୍ଦ୍ରପୁର, ମଞ୍ଜୁରୀରୋଡ, ପିରିପୁର, ତେସିଙ୍ଗା, ବୟାଁବନାପୁର ଗ୍ରାମରୁ ମୋଟ ୩୦ଜଣ, ଧାମନଗର ଏନ୍ଏସିରୁ ଜଣେ, ଭଦ୍ରକ ଜିଲ୍ଲାରୁ ଅନ୍ୟ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି ୧୫ଜଣ ।