Home ଜିଲ୍ଲା ପରିକ୍ରମା ବାତ୍ୟା ପରେ ରିଲିଫ୍ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ପ୍ରତିବାଦରେ ଆମରଣ ଅନଶନ

ବାତ୍ୟା ପରେ ରିଲିଫ୍ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ପ୍ରତିବାଦରେ ଆମରଣ ଅନଶନ

82

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲା । ଏ ସମସ୍ତ ଜିଲାମାନଙ୍କରେ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି । ଭଦ୍ରକ ଜିଲାରେ ବାସୁଦେବପୁର ବ୍ଲକ୍ ସମୁଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ଅଧିକ ପ୍ରଭାବିତ ହୋଇଛି । ମାତ୍ର ପ୍ରଶାସନ ପକ୍ଷରୁ ବ୍ଲକ୍‌ର ସମସ୍ତ ପଞ୍ଚାୟତକୁ ରିଲିଫ୍ ଯୋଗାଣରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଛି ବୋଲି ଅଭିଯୋଗ କରି ଆଜି ରାଜଘରପୋଖରୀ ପଂଚାୟତ ସରପଞ୍ଚ ସବିତା ମହାନ୍ତିଙ୍କ ନେତୃତ୍ୱରେ ନୂଆଗାଁ ପଞ୍ଚାୟତର ସରପଞ୍ଚ ରଘୁନାଥ ମଳିକ, କୁମାରପୁର ପଂଚାୟତ ସରପଞ୍ଚ ମଂଜୁଲତା ପଣ୍ଡାଙ୍କ ସମେତ ବହୁ ଲୋକ ଆମରଣ ଅନଶନରେ ବସିଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତ ସମେତ ପୌରପାଳିକାରେ କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସରପଞ୍ଚ ସବିତା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.