କୋରାପୁଟ ୦୪-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୭୩ଜଣ ମହିଳାଙ୍କ ସମେତ ୧୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୧୪ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ଓ ଜୟପୁର ପୌରାଂଚଳରୁ ୨୮ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରାଂଚଳରୁ ୨୦ ଏବଂ କୋଟପାଡ ଏନଏସିରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୈପାରିଗୁଡା,ଲମତାପୁଟ ଏବଂ ନନ୍ଦପୁର ବ୍ଲକରୁ ଶୁକ୍ରବାର ଦିନ କେହି ସଂକ୍ରମିତ ଚିହ୍ନଟ ହୋଇ ନଥିବାବେଳେ ବନ୍ଧୁଗାଁ ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧୭,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୨ ଓ କୋରାପୁଟ ବ୍ଲକରୁ ୯ ଜଣ ଚିହ୍ନଟ ହୋଇଛନ୍ତି । କୋଟପାଡ ବ୍ଲକରୁ ୧୦,କୁନ୍ଦୁରା ବ୍ଲକରୁ ୯,ଲକ୍ଷ୍ମୀପୁର ବ୍ଲକରୁ ୧୯,ନାରାୟଣପାଟଣା ବ୍ଲକରୁ ୭,ପଟ୍ଟାଙ୍ଗୀ ବ୍ଲକରୁ ୩ ଏବଂ ସେମିଲିଗୁଡା ବ୍ଲକରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୩ ତାରିଖ ସୁଦ୍ଧା ୨ ଲକ୍ଷ ୯୪ ହଜାର ୨୨୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୩ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୩୫୩୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୧୩୯ଟି ସକ୍ରୀୟ କେସ ରହିଛି ଓ ୪୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।