Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୮୫ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୮୫ଜଣ କରୋନା ପଜିଟିଭ ଚିହ୍ନଟ

43

କୋରାପୁଟ ୦୪-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୭୩ଜଣ ମହିଳାଙ୍କ ସମେତ  ୧୮୫ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୫୭୧୪ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ଓ ଜୟପୁର ପୌରାଂଚଳରୁ  ୨୮ ଜଣ  ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରାଂଚଳରୁ ୨୦ ଏବଂ କୋଟପାଡ ଏନଏସିରୁ  ୫ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ବୈପାରିଗୁଡା,ଲମତାପୁଟ ଏବଂ  ନନ୍ଦପୁର  ବ୍ଲକରୁ ଶୁକ୍ରବାର  ଦିନ କେହି ସଂକ୍ରମିତ ଚିହ୍ନଟ ହୋଇ ନଥିବାବେଳେ ବନ୍ଧୁଗାଁ ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧୭,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୨  ଓ କୋରାପୁଟ ବ୍ଲକରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।   କୋଟପାଡ ବ୍ଲକରୁ ୧୦,କୁନ୍ଦୁରା ବ୍ଲକରୁ ୯,ଲକ୍ଷ୍ମୀପୁର ବ୍ଲକରୁ ୧୯,ନାରାୟଣପାଟଣା ବ୍ଲକରୁ  ୭,ପଟ୍ଟାଙ୍ଗୀ ବ୍ଲକରୁ ୩  ଏବଂ  ସେମିଲିଗୁଡା  ବ୍ଲକରୁ  ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୩  ତାରିଖ ସୁଦ୍ଧା ୨ ଲକ୍ଷ  ୯୪  ହଜାର ୨୨୮  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୩ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୩୫୩୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୧୩୯ଟି ସକ୍ରୀୟ କେସ ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.