କୋରାପୁଟ ୨୭-୦୫ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୮୦ ଜଣ ମହିଳାଙ୍କ ସମେତ ୨୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୬୨ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨୨ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୪୮ , ସୁନାବେଡା ପୌରାଂଚଳରୁ ୨୫ ଏବଂ କୋଟପାଡ ଏନଏସିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୨, ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୨୧,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୯ ଓ କୋରାପୁଟ ବ୍ଲକରୁ ୧୫ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧୩,କୁନ୍ଦୁରା ବ୍ଲକରୁ୪୮,ଲମତାପୁଟ ବ୍ଲକରୁ ୨,ଲକ୍ଷ୍ମୀପୁର ବ୍ଲକରୁ ୧୩,ନନ୍ଦପୁର ବ୍ଲକରୁ୩,ପଟ୍ଟାଙ୍ଗୀ ବ୍ଲକରୁ ୧୪ ଏବଂ ସେମିଲିଗୁଡା ବ୍ଲକରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୬ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୭୦ ହଜାର ୪୨୩ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୭ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୧୫୪୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୫୮୩ ଟି ସକ୍ରୀୟ କେଶ୍ ରହିଛି ଓ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।