Home କୋରାପୁଟ ବିଦ୍ୟୁତ ଖୁଂଟରୁ ଖସି ଲାଇନମେନ ମୃତ

ବିଦ୍ୟୁତ ଖୁଂଟରୁ ଖସି ଲାଇନମେନ ମୃତ

152

କୋରାପୁଟ ୨୭-୦୫(ଓଡିଆ ପୁଅ /ରଂଜନ ଦାସ)ନନ୍ଦପୁର ଥାନା  ଅନ୍ତର୍ଗତ ଦେବଗନ୍ଧଣା ଗ୍ରାମ ନିକଟରେ  ବିଦ୍ୟୁତଖୁଂଟରେ ଚଢି କାମ କରୁଥିବାବେଳେ ଖସି ପଡି ଲାଇନମେନ ଉମା ଶଙ୍କର ନାୟକଙ୍କର ମୃତ୍ୟୁ ହୋଇଛିି । ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ଲାଇନମେନ ଉମା ଶଙ୍କର ନାୟକ  ବିଦ୍ୟୁତ ସଂଯୋଗ କାଟି ଦେବଗନ୍ଧନା ଗ୍ରାମ ନିକଟ ତାରିଣୀ ମନ୍ଦିର ନିକଟସ୍ଥ  ବିଦ୍ୟୁତ ପୋଲ ଉପରେ ଚଢି କାମ କରିବାକୁ ଯାଇଥିଲେ । ସେ  ପୋଲରେ ଚଢି କାମ କରୁଥିବାବେଳେ ଅଚାନକ ଲାଇନ ଚାର୍ଜ ହେବାରୁ  ବିଦ୍ୟୁତଆଘାତ ପାଇ ତଳେ ଖସି ପଡିଥିଲେ ଏବଂ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ମୃତ ଲାଇନମେନ ଲାଇନ କାଟି ପୋଲ ଚଢିଥିବା ବିଭାଗୀୟ ଅଧିକାରୀ ଜାଣିଥିଲେ ମଧ୍ୟ  କିଏ ଲାଇନଚାର୍ଜ କଲା ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବାବେଳେ କ୍ଷତି ପୂରଣ ଦାବିରେ ଜେଇଙ୍କୁ ଲୋକେ ଘେରିଥିଲେ । ନନ୍ଦପୁର ତହସିଲଦାର ନରସିଂହ ଗାଦବା,ଏସଡିପିଓ ସଂଜୟ ମହାପାତ୍ର ଓ ଥାନା ଅଧିକାରୀ କପିଳେଶ୍ୱର ବେହେରା  , ଟିପିଏସଓଡିଏଲର ସୁନାବେଡା ଏସଡିଓ  ବି.ଏସ.ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି କ୍ଷତିପୂରଣ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।ଇଏସଆଇ ବାବଦକୁ ୪ ଲକ୍ଷ ଟଙ୍କା,ଇପିଏଫ ବାବଦକୁ ୧ ଲକ୍ଷ ୩୫ ହଜାର ଟଙ୍କା , ପରିବାର ଭରଣପୋଷଣ ନିମନ୍ତେ ମାସିକ ୫ହଜାର  ଟଙ୍କା ,ପୁତ୍ରକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ପତ୍ନୀଙ୍କୁ ନିଯୁକ୍ତି ପ୍ରଦାନ ,ପୁତ୍ରକୁ ୧୮ ବର୍ଷ ହେବାପରେ ନିୟନୁଯାୟୀ ନିଯୁକ୍ତି ପ୍ରଦାନ , ଅନ୍ତିମ ସଂସ୍କାର ନିମନ୍ତେ ଆଜି  ନଗଦ୧୫ ହଜାର ଟଙ୍କା ଓ ଆସନ୍ତାକାଲି ଆହୁରୀ ୩୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଏକ ଚୁକ୍ତିନାମା ହୋଇଥିବା ଜଣାପଡିଛି ।କୋରାପୁଟ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.