Home ଜିଲ୍ଲା ପରିକ୍ରମା ଆସୁଛି ବାତ୍ୟା; ୪ଟି ସ୍ଥାନରେ ମୁକୁଳା ପଡିଛି ନଦୀବନ୍ଧ, ଆତଙ୍କିତ ନଦୀକୂଳିଆବାସୀ

ଆସୁଛି ବାତ୍ୟା; ୪ଟି ସ୍ଥାନରେ ମୁକୁଳା ପଡିଛି ନଦୀବନ୍ଧ, ଆତଙ୍କିତ ନଦୀକୂଳିଆବାସୀ

59

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩/୪ ଦିନ ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳରେ ବାତ୍ୟା ହେବାର ଆଶଙ୍କା ରହିଛି । ଏପରିକି ଏସଆରସିଙ୍କ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ କିପରି ଅବସ୍ଥାରେ ଅଛନ୍ତି ଭଦ୍ରକ ଜିଲାର ନଦୀକୂଳିଆବାସୀ, ତାର ସ୍ଥିତି ପରଖିବା ପାଇଁ ଗତକାଲି ଜିଲାପାଳ ଜ୍ଞାନ ଦାସ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି । ଭଦ୍ରକ ଜିଲାର ଜଳଦେଶ ତଥା ତ୍ରିକୋଣ ଅଂଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକ୍‌ର ଆରଡି, ତେନ୍ତୁଳିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦/୨୨ ଟି ଗାଁ । ହେଲେ ଅନେକ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ରହିଥିବାବେଳେ ୪ ରୁ ୫ ଟି ସ୍ଥାନରେ ଦୀର୍ଘବର୍ଷ ହେବ ନଦୀବନ୍ଧ ନଈରେ ଲିନ୍ନ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ମରାମତି ହୋଇନଥିବା ନଦୀକୂିଳଆବାସୀ ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ନିକଟସ୍ଥ ଧାମରା ସମୁଦ୍ର ମୁହାଣ ଅଶାନ୍ତ ରହିବା, ତାହା ସହ ଘୂର୍ଣ୍ଣିବଳୟ ପ୍ରଭାବରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତାହେଲେ ଜନବସତିକୁ ଲୁଣାପାଣି ମାଡି ଆସିବ ବୋଲି ନଦୀକୂଳିଆ କହିଛନ୍ତି । ପୂର୍ବରୁ ଗ୍ରୀଷ୍ମଋତୁରେ ଯେବେ ବାତ୍ୟା ହୋଇଛି, ଲୁଣା ଢେଉ ମାଡି ଆସିବାର ନଜିର ରହିଛି ବୋଲି ଶାନ୍ତନୁ ଦାସ, ପର୍ଶୁରାମ ମାଝୀ, ଆନନ୍ଦ ଜେନା ପ୍ରମୁଖ କହିଛନ୍ତି । ଏପଟେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରାଯିବା ସହ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ନଦୀକୂଳିଆ ଅଂଚଳ ଓ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଦେଖି ରିପୋର୍ଟ କରିବାକୁ ଜଣାଇଛନ୍ତି । ଏପରିକି ଜିଲାପାଳ ଶ୍ରୀ ଦାସ ଏକ ପ୍ରେସ୍‌ମିଟ୍ ମାଧ୍ୟମରେ ଜିଲା ପ୍ରଶାସନ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.