Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାମରେ ନକଲି ନୋଟିସ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାମରେ ନକଲି ନୋଟିସ

19

କୋରାପୁଟ ୦୫-୦୪(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ କରି କିଛି ଦୁର୍ବୁତ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବା ନେଇ ଏକ ନୋଟିସ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ଲୋକ ସଂପର୍କ ଅଧିକାରୀ ଡ .ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।ଏଭଳି ନକଲି ନୋଟିସକୁ ଧ୍ୟାନ ନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।ଏ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲିବା ନେଇ କୈାଣସି ନିଷ୍ପତି ନିଆଯାଇନାହିଁ ବୋଲି ପ୍ରକାଶ କରାଯାଇଛି ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ସଂପର୍କରେ  ନିଷ୍ପତି ନିଆଗଲେ ତାହା ବିଶ୍ୱବିଦୟାଳୟ ଅଫିସିଆଲ େଓବସାଇଟ ଏବଂ ଗଣମାଧ୍ୟମ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରେସ ଇସ୍ତାହାରରେ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.