Home Top News ମାଲକାନଗିରି ଜିଲ୍ଲାପରେ ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟ୍ କର୍ଫ୍ୟୁ – ରାତି ୮ଟାରୁ ସକାଳ ୬ଟା

ମାଲକାନଗିରି ଜିଲ୍ଲାପରେ ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟ୍ କର୍ଫ୍ୟୁ – ରାତି ୮ଟାରୁ ସକାଳ ୬ଟା

125

ନବରଙ୍ଗପୁର ୨୪-୩ (ଓଡ଼ିଆ ପୁଅ): ମାଲକାନଗିରି ଜିଲ୍ଲାପରେ ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ ହେଲା। ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟଯେ, ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଯାଇଛି। ରାଜ୍ୟରେ ମଧ୍ୟ ପୁନର୍ବାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏ ନେଇ ଜିଲ୍ଲା ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି। ତେବେ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ନବରଙ୍ଗପୁର ଜିଲ୍ଲାପାଳ କହିଛନ୍ତି, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା। ଜିଲ୍ଲାରେ ବନ୍ଦ ରହିବ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ। ଜିଲ୍ଲାରେ କୋଭିଡ କଟକଣା ପାଇଁ କଡ଼ା ନିର୍ଦ୍ଦେଶ। ସମସ୍ତ ରାଜନୈତିକ ରାଲି, ସଭା ସମିତି ଉପରେ କଟକଣା ଜାରି କରିଛି ପ୍ରଶାସନ। ସେହିପରି ଯାତ୍ରା, ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି। କୋଭିଡ୍‌ ଗାଇଡଲାଇନର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.