Home କେନ୍ଦୁଝର ଆରସିଭିଏ କ୍ରିକେଟ ଉଦଘାଟିତ, ଉଦଘାଟନ ମ୍ୟାଚରେ ଗୋନାସିକା ଓ ବୈତରଣୀ ବିଜୟୀ

ଆରସିଭିଏ କ୍ରିକେଟ ଉଦଘାଟିତ, ଉଦଘାଟନ ମ୍ୟାଚରେ ଗୋନାସିକା ଓ ବୈତରଣୀ ବିଜୟୀ

45

ହାଟଡିହି, ୧୬ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ରିଜିଓନାଲ ଭେଟେରାନ କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ସୋସୋ ହାଇସ୍କୁଲ ପଡିଆ ଠାରେ ଦ୍ୱିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ଭୁବନାନନ୍ଦ ପଟ୍ଟନାୟକ, ଶିକ୍ଷାବିତ ନାରାୟଣ ବିଶ୍ୱାଳ, ଶିକ୍ଷାବିତ ବୃନ୍ଦାବନ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ମ୍ୟାଚରେ ଗୋନାସିକା ଷ୍ଟାର କ୍ରିକେଟ ଟିମ ସାଳନ୍ଦୀ ଷ୍ଟାର ଟିମକୁ ପରାସ୍ତକରିଥିବାବେଳେ ବୈତରଣୀ କ୍ରିକେଟ ଟିମ ଗନ୍ଧମାର୍ଦନ କ୍ରିକେଟ ଟିମକୁ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ଗୋନାସିକା ଦଳ ୧୫ଓଭରରେ ୭ଉଇକେଟ ହରାଇ ୧୫୩ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଗୁରୁପ୍ରସାଦ ଜେନା ସର୍ବାଧିକ ୫୬ରନ କରିôତଲେ । ଏହାର ଜବାବରେ ସାଳନ୍ଦୀ ଦଳ ମାତ୍ର ୭ଉଇକେଟ ହରାଇ ମାତ୍ର ୧୦୭ରନ କରିବାକୁ ସମର୍ଥ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ଗନ୍ଧମାର୍ଦନ ଦଳନିର୍ଦ୍ଧାରିତ ୧୫ଓଭରରେ ୩ଉଇକେଟରେ ୧୨୩ରନ ସଂଗ୍ରହ କରିଥିବାବେଳେ ବୈତରଣୀ ଦଳ ୧୪.୩ଓଭରରେ ୩ଉଇକେଟ ବିନିମୟରେ ୧୨୬ରନ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଦେବୀପ୍ରସାଦ ନାୟକ ସର୍ବାଧିକ ୭୧ରନ ସଂଗ୍ରହ କରିଥିଲେ । ବିଜୟ କୁମାର ଜେନା ଓ ଅର୍ମାନ ଅଭିଶେକ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସଫିକ ଖାନ ଓ ହରିହର ଭୁତିଆ ଭାଷ୍ୟକାର ଭାବେ ଜୟନ୍ତ କୁମାର ମହୁରୀ ଓ ଅନିଲ କୁମାର ଭାଷ୍ୟକାର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ସଭାପତି ମନମୋହନ ରାଉତ, ସମ୍ପାଦକ ସୋମନାଥ ଦାସ, ଉପସଭାପତି ହେମନ୍ତ ସାମଲ, ସହ ସମ୍ପାଦକ ଆଦନନ୍ଦ ଦାସ, ବରିଷ୍ଠ ସଭ୍ୟ ରବି ନାରାୟଣ ରାଉତ, ଜ୍ଞାନ ମୋହନ ରାଉତ, ବିଶ୍ୱଜିତ ବେହେରା, ଅଜୟ ରାଉତ ଓ ଅଞ୍ଚଳର ସମସ୍ତ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ମ୍ୟାଚ ପରିଚାଳନା ହେଉଛି । ଏଥିରେ ଆନନ୍ଦପୁର ଓ ଭଦ୍ରକ ଅଞ୍ଚଳର ବରିଷ୍ଠ ଖୋଳୀମାନେ ଯୋଗଦେଇଥିଲେ । ବିଶେଷକରି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଆଜିର ଯୁବପିଢ଼ୀମାନେ ଟେନିସ ବଲ ଛାଡି ଡ୍ୟୁଜ ବଲରେ ଖେଳି ଭବିଷ୍ୟତ ଗଢ଼ିବାପାଇଁ ଯୁବ ସମାଜ ଏହା ଆହ୍ୱାନ ବୋଲି ସଭାପତି ମନମୋହନ ସାମଲ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.