Home ଜିଲ୍ଲା ପରିକ୍ରମା ଓଡିଶାର ମେଧାବୀ ଡାକ୍ତରୀ ଛାତ୍ର ପାଠ ପଢିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରସ୍ଥ, ବ୍ୟାଙ୍କର କାଳକ୍ଷେପଣ...

ଓଡିଶାର ମେଧାବୀ ଡାକ୍ତରୀ ଛାତ୍ର ପାଠ ପଢିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରସ୍ଥ, ବ୍ୟାଙ୍କର କାଳକ୍ଷେପଣ ନୀତି ପାଇଁ ବଳି ପଡୁଛନ୍ତି ବହୁ ମେଧାବୀ ଛାତ୍ର , ନିଟ ପରୀକ୍ଷାରେ ୧୫୮ର‌୍ୟାଙ୍କ ରେ ଥାଇ ମଧ୍ୟ ବ୍ୟାଙ୍କ ଶିକ୍ଷାଋଣ ଦେବାରେ ପାତର ଅନ୍ତର

74

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ନିଜର ରାଜ୍ୟ ଛାଡି ଅନ୍ୟ ରାଜ୍ୟର ସରକାରଙ୍କ ଦ୍ୱାରସ୍ଥ ହେଉଥିବା ଜଣାଯାଇଛି । କେଉଁଠି ଭିତ୍ତିଭୂମିର ଅଭାବ ପରିଲକ୍ଷିତ ତ ଆଉ କେଉଁଠି ରାଜ୍ୟରେ ଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କ ପରିବାର ଦୁଃଖରେ କାଳାତିପାତ କରୁଥିବା ବେଳେ ସରକାରୀ୍ ବ୍ୟାଙ୍କ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଋଣ ଦେବାରେ ଅବହେଳା କରୁଥିବାରୁ ସେମାନେ ଅନ୍ୟ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇ ପାଠ ପଢିବାକୁ ମନ ବଳାଉଥିବା ନଜରକୁ ଆସିଛି ।ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତ ଅଧିନସ୍ଥ ଶଶିକାଦେଇପୁର ଗ୍ରାମର ବାସୁଦେବ ମାଝୀ ନିଜର ଅଧ୍ୟବସାୟ ବଳରେ ଗ୍ରାମ ବିଦ୍ୟାଳୟରୁ ୫ମଶ୍ରେଣୀ ପାଶ କରିବା ପରେ ଭଦ୍ରକ ଜିଲ୍ଲାରେ ଥିବା ଚାନ୍ଦିମାଳ ନବୋଦୟ ବିଦ୍ୟାଳୟରେ ୬ଷ୍ଠଶ୍ରେଣୀ ରେ ଆଡମିଶନ କରିଥିଲେ ଏବଂଦଶମରେ ଏ ଗ୍ରେଡରେ ପାଶ କରି ଜଣେ ମେଧାବୀ ଛାତ୍ର ଭାବରେ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ଶତକଡା ୯୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ ହୋଇଥିଲେ । ପରେ ସେ ଡାକ୍ତର ହେବା ପାଇଁ ମନ ବଳାଇବା ସହ ନିଜର ପରିବାର ପକ୍ଷରୁ ମଧ୍ୟ ପ୍ରେରଣା ପାଇଥିଲେ ।ଚଳିତ ବର୍ଷ ସେ ନିଟ ପରୀକ୍ଷାରେ୬୫୦ନମ୍ବର ରଖି କୃତକାର୍ଯ୍ୟ ହେବା ସହ ଅଲ ଇଣ୍ଡିଆ ର‌୍ୟାଙ୍କ ୧୦୧୯୭ ସ୍ଥାନରେ ରହିଥିଲେ । ଓଡିଶା ରାଜ୍ୟ ର‌୍ୟାଙ୍କ ୧୫୮ ରହିଥିବା ବେଳେ ସେ କିନ୍ତୁ ଓଡିଶା ରେ ଥିବା ମେଡିକାଲ କଲେଜରେ ଆଡମିଶନ କରିବାକୁ ଟଙ୍କା ବାଧକ ସାଜିଥିଲା । ନିଜର ନବୋଦୟ ସାଙ୍ଗଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇ ସେ ଲକ୍ଷେ୍ନାସ୍ଥିତ କିଙ୍ଗ ଜର୍ଜ ମେଡିକାଲ କଲେଜରେ ଆଡମିଶନ କରିଛନ୍ତି । ଏହି ମେଧାବୀ ଛାତ୍ରଙ୍କ ବାପ ଦିନ ମଜୁରିଆ ହୋଇଥିବା ବେଳେ ନିଜର ବାସସ୍ଥାନ କହିଲେ କେବଳ ସରକାରୀ ସ୍ଥାନରେ ଥିବା ନୁଆଣିଆ ଚାଳ ଘରେ ବିତୁଛି ଜୀବନ ।

ନିଜର ପରିବାର କହିଲେ ବାପ,ମା,୨ଭଉଣୀ ଏବଂ ବାସୁଦେବକୁ ନେଇ ସୁଖୀ ପରିବାର । ବାପା ବସନ୍ତ ମାଝୀ ନିଜର ବଡ ଝିଅକୁ ବାହା ଦେଇଥିବା ବେଳେ ମଝୀଆ ଭଉଣୀ ନିଜର ଗ୍ରାଜୁଏସନ ଶେଷ କରି ପ୍ରଶାସନିକ ସେବା ପରୀକ୍ଷା ପାଇଁ ପଢାପଢି ଚଳାଇଛନ୍ତି । ପୁଅ ବାସୁଦେବର ମେଡିକାଲ ଆଡମିଶନ ପାଇଁ ବସନ୍ତ ବାରଦୁଆର ଶୁଣ୍ଢିପିଣ୍ଢା ହେବା ସହ ଧାମରା ଅଂଚଳରେ ଥିବା ୧୨ଟି ରାଷ୍ଟ୍ରାୟତ ଏବଂ ୩ଟି ଘରୋଇ ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ବ୍ୟାଙ୍କ ବସନ୍ତଙ୍କୁ ରୂଣ ଦେବା ପାଇଁ ରାଜି ହୋଇ ନଥିଲେ କାରଣ ତାଙ୍କର ନିଜର ବୋଲି କୌଣସି ସ୍ଥିତିବାନ ସମ୍ପତି ନଥିବା ବେଳେ କୌଣସି ବ୍ୟାଙ୍କରେ ଖାତା ଖୋଲିବା ପାଇଂତାଙ୍କ ପାଖରେ ଅର୍ଥରାଶି ନଥିଲା । ଶେଷରେ ବାସୁଦେବଙ୍କ ନବୋଦୟ ସାଙ୍ଗ ବାସୁଦେବକୁ ସାହାଯ୍ୟର ହାତ ବଢାଇଥିବା ବେଳେ ଆଗାମ ଦିନରେ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ସେମାନେ ଶିକ୍ଷାଋଣ କରାଇଦେବା ସହ ନିଜର ହାତପାଣ୍ଠିରୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବାସୁଦେବ ଲକ୍ଷେ୍ନା ଠାରେ ଆଡମିଶନ କରିଛନ୍ତି । ଓଡିଶା ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି ମାତ୍ର ନିଜର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନଥିବାରୁ ଆଜି ଭଳି ଦିନରେ ଓଡିଶା ରାଜ୍ୟରେ ନିଟ ପରୀକ୍ଷାରେ ୧୫୮ର‌୍ୟାଙ୍କରେ ଥିବା ମେଧାବୀ ବାସୁଦେବ କୁ ରାଜ୍ୟ ସରକାର ଆର୍ଥିକ ସହୟତାର ହାତ ବଢାଇ ପାରି ନଥିବାରୁ କରଞ୍ଚମାଳ ପଂଚାୟତ ତଥା ଭଦ୍ରକ ଜିଲ୍‌ାରୁ ଆଜି ଜଣେ ମେଧାବୀ ଛାତ୍ର ଅନ୍ୟ ରାଜ୍ୟକୁ ଶିକ୍ଷା ପାଇଁ ଅନ୍ୟ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହେବା କଥାକୁ ସର୍ବସାଧାରଣରେ ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.