Home ଜିଲ୍ଲା ପରିକ୍ରମା କରୋନା ଟୀକାକରଣ ପାଇଁ ମେଡିକାଲରେ ଡ୍ରାଏ ରନ

କରୋନା ଟୀକାକରଣ ପାଇଁ ମେଡିକାଲରେ ଡ୍ରାଏ ରନ

30

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ କରୋନା ଟୀକାକରଣ ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ‘ଡ୍ରାଏ ରନ’ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଆଗାମୀ ଟୀକାକରଣର ସମସ୍ତ କାର୍ଯ୍ୟଧାରାର ମକଡ୍ରିଲ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରିଣୀ ଅନିତାରାଣୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଟୀକାକରଣ ଡ୍ରିଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର, ବିଡିଓ ବିଜୟ କୁମାର ସାହୁ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ପରିବାର ନିୟୋଜନ) ଶିବାଶିଷ ମହାରଣା, ଜିଲ୍ଲା ମ୍ୟାଲେରିଆ ଅଫିସର ମୁରଲିଧର ନାୟକ, ସ୍ଥାନୀୟ ସୁପରିଟେଣ୍ଡେଣ୍ଟକମଳାକାନ୍ତ ସ୍ୱାଇଁ, ଜିଲ୍ଲା ଟୀକାକରଣ ପରିଚାଳକ ସୁରଜିତ ପଣ୍ଡା, ଜିଲ୍ଲା ରୋଗୀକଲ୍ୟାଣ ସଂଯୋଜକ ଅଭିଳାଶ ମହାପାତ୍ର, ଯକ୍ଷ୍ମାବିଶେଷଜ୍ଞ ସରୋଜ କୁମାର ପୃଷ୍ଟି, ଜିଲ୍ଲା ମାତୃ ଶିଶୁ ସ୍ୱାସ୍ଥ୍ୟ ପରାମର୍ଶଦାତା ଜିତେନ୍ଦ୍ର କୁମାର ବିଶ୍ୱାଳ, ବିପିଏମ ରଶ୍ମିରେଖା ପୃଷ୍ଟି, ବିଡିଏମ ଶୁଭ୍ରା ଗାଙ୍ଗୁଲି, ବିଏଏମ ରଞ୍ଜିତ ବରାଳ, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମଶିଷ୍ଟ ପଙ୍କଜ କୁମାର ବେହେରା, ସୁଶ୍ରୀ ସଙ୍ଗୀତା ସେନାପତି, କର୍ମଚାରୀ ଲଲାଟ ପାଢୀ, ନିରଞ୍ଜନ ଉପାଧ୍ୟାୟ, ବାସୁଦେବ ଉପାଧ୍ୟାୟ, ରଞ୍ଜିତ ଦାସ ପ୍ରମୁଖ ଆଠ ଜଣଙ୍କୁ ଅଭ୍ୟାସ ଟୀକାକରଣ କରିଥିଲେ । ସେଥିପାଇଁ ପ୍ରତୀକ୍ଷା ଗୃହ, ଟୀକାକରଣ ଗୃହ, ନୀରିକ୍ଷଣ ଗୃହ କାର୍ଯ୍ୟକାରୀ କରାଯିବା ସହ ସମ୍ଭାବ୍ୟ ପାଶ୍ୱର୍ପ୍ରତିକ୍ରିୟାକୁ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ଔଷଧ ପ୍ରସ୍ତୁତି ସହ ଅଧିକ ଚିକିତ୍ସା ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇ ଆଗାମୀ ଟୀକାକରଣକୁ ଚୁଡାନ୍ତ ରୂପ ଦିଆଯାଇ ସଠିକ ଆକଳନ କରାଯାଇଥିଲା । ଟୀକାକରଣ ବେଳେ କୌଣସି ତୃଟିକୁ ଏଡାଇବା ପାଇଁ ଆଜି ଡ୍ରାଏ ରନ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ମେଡିକାଲ ସହ ଜଡିତ କରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ କେବଳ ସେହିମାନଙ୍କୁ ଆଜିର ଅଭ୍ୟାସ ଟୀକାକରଣରେ ସାମିଲ କରାଯାଇଥିଲା । ଏଥିରେ ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ସହଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.