Home ଜିଲ୍ଲା ପରିକ୍ରମା ଖୋଲିଲା ସ୍କୁଲ, ପିଲାଏ ଖୁସି, ନୂଆବର୍ଷରେ ନୂଆ ପାଠ ଆରମ୍ଭ

ଖୋଲିଲା ସ୍କୁଲ, ପିଲାଏ ଖୁସି, ନୂଆବର୍ଷରେ ନୂଆ ପାଠ ଆରମ୍ଭ

39

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବହୁ ପ୍ରତୀକ୍ଷା ପରେ ଆଜି ସରକାରୀ ନୀୟମ ଅନୁଯାୟୀ କୋଭିଡ କଟକଣା ମଧ୍ୟରେ ଖୋଳିଛି ସ୍କୁଲ ଓ ଆରମ୍ଭ ହୋଇଛି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା । ପିଲାମାନେ ମାସ୍କ ପିନ୍ଧି ପରୀକ୍ଷା ଦେବା ଭଳି ଶ୍ରେଣୀ ଗୃହରେ ବସିଥିଲେ । ସତର୍କତାର ସହ ଶିକ୍ଷାଦାନ, ଶ୍ରେଣୀକକ୍ଷରେ ସାମାଜିକ ଦୂରତା ରକ୍ଷା, ନିୟନ୍ତ୍ରିତ ଖେଳଛୁଟି, ବାହାରେ ବୁଲାବୁଲି ଉପରେ କଟକଣା ଲଗାଯାଇଥଲା । ଶ୍ରେଣୀକକ୍ଷକୁ ସାନିଟାଇଜ କରାଯିବା ସହ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ବିଦ୍ୟାଳୟରେ ସ୍ୱେଚ୍ଛାକୃତ ଯୋଗଦାନ ପାଇଁ ଅଭିଭାବକମାନଙ୍କ ଠାରୁ ଅନୁମତି ପତ୍ର ସହ ପିଲାମାନେ ଆସିବା ବ୍ୟବସ୍ଥା ରଖାଯାଇଥିବାରୁ ବିଦ୍ୟାଳୟଗୁଡିକରେ ଉପସ୍ଥାନ ସ୍ୱଳ୍ପ ଥିଲା । ପ୍ରାୟ ନଅ ମାସ ପରେ ଶ୍ରେଣୀକକ୍ଷରେ ପ୍ରତ୍ୟକ୍ଷ ଭାବେ ପାଠପଢିବାର ସୁଯୋଗ ପାଇଥିବାରୁ ପିଲାମାନଙ୍କ ମନ ବେଶ ଖୁସିଥିଲା । ଆଜି ଠାରୁ ଶହେ ଦିନ ମଧ୍ୟରେ ପରିବର୍ତ୍ତିତ ପାଠ୍ୟଖସଡା ସମ୍ପୁର୍ଣ୍ଣ କରିବାକୁ ଶିକ୍ଷକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଳସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି ବହୁ ଶିକ୍ଷକ ଓ ଅଧ୍ୟାପକ । କେତେକ କ୍ଷେତ୍ରରେ ଅନଲାଇନରେ ପ୍ରଦାନ କରାଯାଇଥିବା ଶିକ୍ଷା ସମ୍ପର୍କରେ ଆଲୋଚନା କରାଯାଇ ଶିକ୍ଷାଦାନକୁ ଅଗ୍ରଗତି କରାଯାଇଥିଲା । ଆଗାମୀ ମ୍ୟାଟ୍ରିକ ଓ +୨ ପରୀକ୍ଷା କୁ ଧ୍ୟାନରେ ରଖି ପାଠପଢା ଆରମ୍ଭ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା । ବ୍ଲକରେ ଥିବା ୩୧ଟି ହାଇସ୍କୁଲ ସମେତ ନାଆମୀ, ଭଣ୍ଡାରିପୋଖରୀ, ବାରିକପୁର ଓ ନୟନମଣି ଉଚ୍ଚତର ମାଧ୍ୟମିକ ସ୍କୁଲ ଖୋଲିଥିଲା । ବ୍ଲକର ଭଣ୍ଡାରିପୋଖରୀ ସରକାରୀ ହାଇସ୍କୁଲରେ ଶିକ୍ଷକମାନଙ୍କ କୋଭିଡ ଟେଷ୍ଟ ପର୍ଯ୍ୟାୟ କ୍ରମେ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଶିକ୍ଷାବିଭାଗ ଓ ପ୍ରଶାସନ ପକ୍ଷରୁ ସମସ୍ତ କଟକଣାକୁ ପାଳନ ସମ୍ପର୍କୀୟ ତଦାରଖ ମଧ୍ୟ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.