Home ଜିଲ୍ଲା ପରିକ୍ରମା ଆବାସ ହିତାଧିକାରୀ ଚୟନରେ ଅନିୟମିତତା, ବିଜେପି ପକ୍ଷରୁ ଫେରାଦ

ଆବାସ ହିତାଧିକାରୀ ଚୟନରେ ଅନିୟମିତତା, ବିଜେପି ପକ୍ଷରୁ ଫେରାଦ

25

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ସଦର ବ୍ଲକରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି କର୍ମକର୍ତ୍ତା। ସଦର ବିଜେପି ନେତା ମାନସ ଦତ୍ତଙ୍କ ନେତୃତ୍ୱରେ ୨୬ ଗୋଟି ପଞ୍ଚାୟତରେ ଯୋଜନାରୁ ଆବାସ ଗୃହ ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନେ ଆଜି ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ ସହ ସଦର ବ୍ଲକ ଅଧିକାରୀଙ୍କ ଚଞ୍ଚକାତା ସମ୍ପର୍କରେ ଅବଗତ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରି ଚଳିତ ୨୦୨୦-୨୧ ଅର୍ଥିକ ବର୍ଷରେ ୩ ହଜାରରୁ ଅଧିକ ଆବାସ ଫେରାଇ ଦିଆଯାଇଥିବା ଶ୍ରୀ ଦତ୍ତ ଆରୋପ ଉଠାଇଛନ୍ତି। ଶାସକ ଦଳର କର୍ମୀ ଓ ନେତାଙ୍କ ଇଙ୍ଗିତରେ ସଦର ବ୍ଲକର ବିଭାଗୀୟ ଅଧିକାରୀ ଏଭଳି ଖାମଖିଆଲି କାର୍ଯ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଯୋଜନାରୁ ବଞ୍ôଚତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦତ୍ତ ପ୍ରସ୍ତାବ ଦେଇଛନ୍ତି। ବିଶେଷ କରି ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ କହିଛନ୍ତି। ଅନ୍ୟପକ୍ଷରେ ଶାସକ ଦଳୀୟ ନେତା ଓ କର୍ମୀଙ୍କ ଇଙ୍ଗିତରେ ସରକାରୀ ଯୋଜନା କାର୍ଯ୍ୟକାରିତାରେ ବାଧା ଉପୁଜାଉଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ବିଜେପି ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକତ୍‌ର୍ାମାନେ ଚତାବନୀ ଦେଇଛନ୍ତି। ଏହି ଅବସରରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସ୍ମାରପତ୍ର ପ୍ରଦାନ ବେଳେ ଶ୍ରୀ ଦତ୍ତଙ୍କ ସମେତ ଗୌରାଙ୍ଗ ଦାସ, ରବିନାରାୟଣ ମହାପାତ୍ର, ଦୁକୁଲୁ ଘଡ଼େଇ ପ୍ରମୁଖ ବିଜେପି ନେତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.