Home ଜିଲ୍ଲା ପରିକ୍ରମା ପରୀକୁ ନ୍ୟାୟ ଦାବିରେ‘ଓଡ଼ିଶା ପ୍ରଗତି ଦଳ’ପକ୍ଷରୁ ସ୍ମାରକପତ୍ର

ପରୀକୁ ନ୍ୟାୟ ଦାବିରେ‘ଓଡ଼ିଶା ପ୍ରଗତି ଦଳ’ପକ୍ଷରୁ ସ୍ମାରକପତ୍ର

19

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ସୋମବାର ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି ବିମଲ ମହାପାତ୍ରଙ୍କ ନେତୃତ୍ୱରେ ସକ୍ରିୟ କର୍ମକର୍ତ୍ତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସାମ୍ପ୍ରତିକ ସ୍ଥିତିରେ ରାଜ୍ୟଠାରୁ ଜିଲ୍ଲା ପର୍ଯ୍ୟନ୍ତ ଦେଖାଦେଇଥିବା ଅଚଳାବସ୍ଥା ସମ୍ପର୍କରେ ଅବଗତ କରିଥିଲେ। ବିଶେଷ କରି ବେଆଇନ୍ ନିଶାକାରବାରଠାରୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ଚାଲିଥିବା ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପରୀ ହତ୍ୟାକାଣ୍ଡର ନ୍ୟାୟକ ତଦନ୍ତ, ପରୀ ପରିବାରକୁ ୮୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଚିଟ୍‌ଫଣ୍ଡ ମହାଦୁର୍ନୀତିରେ ସମ୍ପୃକ୍ତ ବିଜେପି ଓ ବିଜେଡି ନେତାଙ୍କ ସମ୍ପତ୍ତି ବ୍ୟାଜାପ୍ତ ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଓଡ଼ିଶା ପ୍ରଗତି ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସଂଗଠନ ପକ୍ଷରୁ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରୀ ମହାପାତ୍ରଙ୍କ ସମେତ ସଂଗଠନର ଉପ-ସଭାପତି ବିଶ୍ୱଜିତ୍ ବାରିକ, ଯୁବ ସଭାପତି ଦୁର୍ଗାସାଗର ଦେ, ଛାତ୍ର ସଭାପତି ନିହାର ରଂଜନ ଦାସ, ମହିଳା ଶାଖା ଉପ-ସଭାପତି କ୍ଷୀରଧୀ ତନୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.