Home ଜିଲ୍ଲା ପରିକ୍ରମା ମଣିନାଥପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ମଣିନାଥପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

84

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ମଣିନାଥପୁର ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଆଜି ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଗୁଣାତ୍ମକ ଭିତ୍ତିଭୂମିରେ ସୁଧାର ପାଇଁ ପ୍ରତ୍ୟେକ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ୱାର୍ଡ ସଦସ୍ୟ ଗଜେନ୍ଦ୍ର ଦାସ, ବରିଷ୍ଠ ଶିକ୍ଷକ ଅଭିମନ୍ୟୁ ରାଉତ, ଚିନ୍ତାମଣି ନାୟକ, ନାରାୟଣ ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ସଭିଏଁ ଉଦ୍ୟମ କରନ୍ତୁ ବୋଲି ନିବେଦନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରମାନଙ୍କ ଠାରୁ ମୋ ସ୍କୁଲ ଅଭିଯାନ ସହାୟତା ଗ୍ରହଣ କରାଯାଇଥିଲା । ଶିକ୍ଷକ ଶରତ ଥାଟୋଇ ଅତିଥି ପରିଚୟ ଓ ସୂର୍ଯ୍ୟକାନ୍ତ ବରାଳ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଦିପ୍ତିରଞ୍ଜନ ଶେଣ୍ଢ, ରମେଶ ଚନ୍ଦ୍ର ରାଉତ, ଶିକ୍ଷୟତ୍ରୀ ରଶ୍ମିରେଖା ରାଉତ, ପ୍ରଭାତ ମଞ୍ଜରୀ ଜେନା, ଅରୁଣୀ ବେହେରା, ରିତାଞ୍ଜଳୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂରାତନ ଛାତ୍ର ଦୀପକ କୁମାର ଦାସ, ପ୍ରକାଶ ଦାସ, ସାବତ୍ରୀ ଦାସ,ନ୍ନ୍‌ଥ ଦାସ, ମେଘନା ବାରିକ, ସଞ୍ଜଲତା ଜେନା, ସୁଦାମ ଚରଣ ବଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.