Home ଜିଲ୍ଲା ପରିକ୍ରମା ଚରମ୍ପା ସରକାରୀ ଡିପୋରେ ଚାଉଳ ହେରଫେର

ଚରମ୍ପା ସରକାରୀ ଡିପୋରେ ଚାଉଳ ହେରଫେର

25

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଚାଉଳ ଦୁର୍ନୀତି ପୁଣି ଚର୍ଚାକୁ ଆସିଛି। ଚରମ୍ପା ସରକାରୀ ଚାଉଳ ଗୋଦାମରୁ ଅନ୍ୟୁନ ୧୦୦ କ୍ୱିଂଟାଲ ଚାଉଳ ବାଟମାଣା ହୋଇଥିବା ନେଇ ଅଭିଯୋଗ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଦୁଇଜଣ ଏସିଏସଓ ଚରମ୍ପା ଗୋଦାମରେ ଯାଂଚ କରିଛନ୍ତି। ଯାଂଚ ବେଳେ କେତେକ ଦୁର୍ନୀତି ନେଇ ପ୍ରମାଣ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ତେବେ ରାତିସୁଦ୍ଧା ଯାଂଚ ସରିନଥିବାରୁ ସବିଶେଷ ତଥ୍ୟ ମିଳିନାହିଁ। ତେବେ ଉକ୍ତ ଦୁର୍ନୀତିକୁ ଚାପିଦେବାକୁ ଉଦ୍ୟମ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.