Home ଜିଲ୍ଲା ପରିକ୍ରମା ମୁସଲିମ ୱେଲଫେୟର ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବର

ମୁସଲିମ ୱେଲଫେୟର ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବର

16

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ପ୍ରିଭେଌକ୍ଷଗ୍ଧ;ିଭ ହେଲଥ କ୍ୟାମ୍ପ ସହରର ପୁଲ ବଜାରସ୍ଥିତ ନିକାହ ମହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମ ପାଳନ ପୂର୍ବକ ଏହି ଶିବିରାରେ ଦୁଇଟି ପଯ୍ୟାୟରେ ଶହେ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବାଲେଶ୍ୱରର ଆପୋଲେ କ୍ଲିନିକ ପକ୍ଷରୁ ଡାକ୍ତରଙ୍କ ସମେତ ସମସ୍ତ ପ୍ରକାଶ ବୈଷୟିକ ସହାୟତା ପ୍ରଦାନ କରାଯାଇଥିଲା। ଭାରତବର୍ଷରେ ସାଧାରଣତଃ ଲୋକେ ରୋଗ ନହେବା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଯାଆନ୍ତିନାହିଁ। ଏଥିପାଇଁ କୌଣସି ରୋଗ ହେବା ପୂର୍ବରୁ ପ୍ରିଭେଂଟିଭ ହେଲ୍‌ଥ ଚେକଅପ୍‌ର ଆବଶ୍ୟକତା ରହିଛି ବୋଲି ଆୟୋଜକ କମିଟିର କର୍ମକର୍ତା ସଲିମ ରେଜା ପ୍ରକାଶ କରିଥିଲେ। ବାଲେଶ୍ୱର ସହରବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଆପୋଲୋ କ୍ଲିନିକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ସମାଜର ତୃଣମୂଳସ୍ତରର ଲୋକଙ୍କ ପାଇଁ ପ୍ରିଭେଂଟିଭ ହେଲ୍‌ଥ କ୍ୟାମ୍ପ ମାଧ୍ୟମରେ ସେବା ପ୍ରଦାନ କରାଯାଉଛି ବୋଲି ଆପୋଲୋ କ୍ଲିନିକର ମୁଖ୍ୟ ଅଭିଷେକ ନନ୍ଦୀ କହିଥିଲେ। ମୁସଲିମ ୱେଲଫେୟର ସୋସାଇଟି ପକ୍ଷରୁ ଅସଲାମ ଖାଁ, ଶେଖ ଆୟୁବ, ଶେଖ ଆଲାମ, ଅବଦୁଲ ହାକିମ୍‌, ମନସୁର ଅଲ୍ଲୀ, ହାଜି ମାଜିଦ, ଅବଦୁଲ ମୁଖ୍‌ତାର ଏବଂ ଆପୋଲୋ କ୍ଲିନିକ ପକ୍ଷରୁ ଜଗଦିଶ ଖଟୁଆ, ସୁଜାତା ମହାଳିକ, ଶକୁନ୍ତଳା ଦିନାକ ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.