Home ଓଡ଼ିଶା କେନ୍ଦୁଝର: ମରଣଯନ୍ତା ପାଲଟିଛ କେନ୍ଦୁଝରର ରାସ୍ତାଘାଟ : ଦୁର୍ଘଟଣାରେ ପଙ୍ଗୁ ପାଲଟି ଦୀର୍ଘ ଚାରିବର୍ଷ ହେବ...

କେନ୍ଦୁଝର: ମରଣଯନ୍ତା ପାଲଟିଛ କେନ୍ଦୁଝରର ରାସ୍ତାଘାଟ : ଦୁର୍ଘଟଣାରେ ପଙ୍ଗୁ ପାଲଟି ଦୀର୍ଘ ଚାରିବର୍ଷ ହେବ ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୨୫ବର୍ଷର ଯୁବକ

39

କେନ୍ଦୁଝର, ୨୧ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମରଣଯନ୍ତା ପାଲଟିଛି ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ରାସ୍ତା ଘାଟ। ଯେଉଁଥିପାଇିଁ ଅନେକ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନେକ ପଙ୍ଗୁ ହୋଇ ଯାଇଛନ୍ତି। ଏବଂ ଅନେକ ଆଜି ବି ପଙ୍ଗୁ ହୋଇ ବିଛଣାରେ ପଡି ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ସେମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର କିମ୍ବା ସରକାରଙ୍କ ପକ୍ଷରୁ ସହାୟତା ତ ଦୂରର କଥା ଏପରି କି ସମବେଦନା ଟିକକ ମଧ୍ୟ ମିଳେ ନାହିଁ। ତାହ ହିଁ ଜିଲ୍ଲାର ଦୁର୍ଭାଗ୍ୟ। ଇତି ମଧ୍ୟରେ ରାସ୍ତା ଦୁର୍ଘଟଣାରେ ପଙ୍ଗୁ ହୋଇ ଦୀର୍ଘ ଚାରି ବର୍ଷ ହେବ ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହୋଇ ବିଛଣାରେ ପଡି ରହିଛନ୍ତି ୨୫ ବର୍ଷର ଯୁବକ ମଙ୍ଗଳୁ। କେନ୍ଦୁଝର ଜିଲ୍ଲା ମଧ୍ୟ ଦେଇ ଦୁଇଟି ଜାତୀୟ ରାଜପଥ ଯାଇଥିବା ବେଳେ ସେମାନେ ପରସ୍ପରକୁ ମଧ୍ୟ କ୍ରସ କରିଛନ୍ତି। ଏହା ବ୍ୟତିତ ଜିଲ୍ଲା ଭିତରେ ରହିଛି ଅନେକ ଏକ୍ସପ୍ରେସ ହାଇେଓ୍ୟ। ଏହି ସବୁ ରାସ୍ତାର ଦୁରାବସ୍ଥା କାରଣରୁ ସେ ସବୁ ଜିଲ୍ଲାବାସୀଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ପ୍ରତିଦିନ ଏହି ସବୁ ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟି ଅନେକଙ୍କ ବହୁମୂଲ୍ୟ ଜୀବନ ଯାଉଥିବା ବେଳେ ଅନେକ ସାରା ଜୀବନ ପାଇଁ ପଙ୍ଗୁ ପାଲଟି ବିଛଣାରେ ପଡି ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା ରେ ରହୁଛନ୍ତି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହଳଧରପୁର ଗାଁରେ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକର ହଳଧରପୁର ଗାଁରେ ୨୫ବର୍ଷିୟ ମଙ୍ଗୁଳୁ ମହାନ୍ତଙ୍କ ଘର। ତାଙ୍କ ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଓ ୬ ବର୍ଷର ଗୋଟିଏ ବୋଲି ପୁଅ ଜଣେ ବଡ ଭାଇ ଓ ଭାଉଜ ଏବଂ ବୃଦ୍ଧ ବାପା ଓ ମାଆ। ମଙ୍ଗଳୁ ବାପାଙ୍କର ଅଳ୍ପ କିଛି ଜମି ଅଛି ରହିଥିବା ବେଳେ ସେଥିରୁ ଯାହା ମିଳେ ସେଥିରେ ତାଙ୍କ ପରିବାର ହସ ଖୁସିରେ ଚଳିଯାଉଥିଲେ। ହେଲେ ତାଙ୍କ ହସ ଖୁସିର ପରିବାରକୁ ସତେ ଯେମିତି କାହର ନଜର ଲାଗିଗଲା। ୨୦୧୭ମସିହା ଜାନୁୟାରୀ ୧୭ ତାରିଖ ଦିନ ମଙ୍ଗୁଳୁ ପଣ୍ଡାପଡାସ୍ଥିତ ତାଙ୍କ ଶ୍ୱଶୁର ଘରୁ ନରଣପୁର ଡୁବୁରୀ ରାସ୍ତାରେ ନିଜ ଗାଁ କୁ ଫେରୁଥିଲେ। ସେ ସମୟରେ ଦେଓବନ୍ଧ ଛକ ନିକଟରେ ତାଙ୍କୁ ଏକ ବୋଲେରୋ ଗାଡି ଧକ୍କା ଦେଲା। ଫଳରେ ସେଠାରେ ସେ ଚେତା ଶୂନ୍ୟ ହୋଇ ପଡିଗଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଣ୍ଡାପଡା ସ୍ୱାସ୍ଥ କେନ୍ଦ୍ରରେ ଭର୍ତି କରିଥିଲେ। ପରେ ଘର ଲୋକେ ଉଚ୍ଚମାନର ଚିକିତ୍ସା ପାଇିଁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତା ପରେ ହାଇଟେକ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରିଥିଲେ। ଏବଂ ତାଙ୍କ ଚିକିତ୍ସାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରଥିଲେ। କିନ୍ତୁ ମଙ୍ଗୁଳୁ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିଲେ ନାହିଁ। ଏସ୍‌ସିବି ରେ ଡାକ୍ତର କହିଲେ ଅଧିକ ଚିକିତ୍ସା ପାଇିଁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅପରେସନ ହେବ। ଟଙ୍କା ଅଭାବରୁ ମଙ୍ଗୁଳୁ ର ଚିକିତ୍ସା ହୋଇ ପାରିଲା ନାହିଁ। ତେଣୁ ବାଧ୍ୟ ହୋଇ ପରିବାର ଲୋକ ତାକୁ ଘରକୁ ଫେରାଇ ଆଣିଲେ। ସେହି ଦିନ ଠାରୁ ଆଜକୁ ଦୀର୍ଘ ତିନି ବର୍ଷ ୧୧ ମାସ କାଳ ହେବ ସେ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ମଙ୍ଗଳୁ ଙ୍କର ହାତ ଗୋଡ ଚଳୁ ନଥିବା ବେଳେ ଦୁଇଟି ଯାକ ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିସ୍ତେଜ ହୋଇ ପଡିଛି। ହାତ ଦୁଇଟି କିଛି କିଛି ହଲୁଛି, ହେଲେ କାମ କରୁନାହିଁ। ହାତ ରେ କିଛି ଧରି ପାରୁ ନାହନ୍ତି କି କୌଣସି କାମ କରି ପାରୁ ନାହାନ୍ତି। ତାଙ୍କର ଶୌଚ ଠାରୁ ଆରମ୍ଭ କରି ଖାଇବା ପିଇବା ପାଇଁ ଦୁଇ ଜଣ ଧରି ଟେକି ଟେକି ନେଲେ ଯାଇ ସେ ଚଳୁଛନ୍ତି ନ ହେଲେ ନାହିଁ। ମଙ୍ଗୁଳୁର ଏପରି ବିପଦ ଅବସ୍ଥା ରେ ତାର ବଡ ଭାଇ ତାର ହାତ ଛାଡି ଦେଇ ମଙ୍ଗୁଳୁକୁ ପର କରି ତା ଠାରୁ ଅଲଗା ହୋଇଗଲା। ସେପଟେ ସରପଂଚ ବାବୁ ମଙ୍ଗୁଳୁକୁ କେବଳ ମାସକୁ ଭିନ୍ନକ୍ଷମ ଭତା ୫୦୦ ଟଙ୍କାର ବ୍ୟବସ୍ଥା କରିଦେଇ ନିଜର ଦାୟିତ୍ୱ ସାରିଦେଲେ। ଘରର ଏକ ମାତ୍ର ରୋଜଗାରିଆ ଲୋକ ବିଛଣାରେ ପଡିଯିବାରୁ କେଉଁଠୁ କଣ ସରକାରୀ ସାହାଯ୍ୟ ମିଳିବ ତାହା ତାଙ୍କ ସ୍ତ୍ରୀ ଜାଣି ପାରୁ ନଥିବାରୁ କେବଳ ଭାଗ୍ୟକୁ ଆଦରି ମଙ୍ଗୁଳୁ ମୃତ୍ୟୁ ଅପେକ୍ଷାରେ ଘରେ ପଡି ରହିଛି। ଇତି ମଧ୍ୟରେ ଏ ଘଟଣା ଜିଲ୍ଲା ରେ ଭିନ୍ନକ୍ଷମ ଙ୍କ ପାଇଁ କାମ କରୁଥିବା ସଦ୍‌ଭାବନା ସଂସ୍ଥାର ଦୃଷ୍ଟିକୁ ଆସିବା ପରେ ସଂପୃକ୍ତ ସଂସ୍ଥାର ଫିଜିଓଥରାପି ଡାକ୍ତର ଙ୍କ ସହ ଏକ ଟିମ ମଙ୍ଗୁଳୁ ଘରେ ପହଂଚି ତାର ସ୍ୱାସ୍ଥ ପରୀକ୍ଷା କରିଛନ୍ତି। ଏବଂ ମଙ୍ଗୁଳୁକୁ ଫିଜିଥେରାପି ଚିକିତ୍ସା କରାଗଲେ ସେ ଠିକ ହୋଇ ଯାଇ ପାରିବେ ବୋଲି ଡଃ ଶୁଭଶ୍ରୀ ବାରିକ ଓ ଡଃ ଗୀତାଞ୍ଜଳୀ ବାରିକ ମତ ଦେଇଛନ୍ତି।

ଏହା ସହ ନରଣପୁର ସ୍ଥିତ ସଦ୍‌ଭାବନା ସଂସ୍ଥା ପକ୍ଷରୁ ସେମାନଙ୍କୁ ମଧ୍ୟ ପ୍ରତିଶୃତି ଦିଆଯାଇଛି ଯେ ଯଦି ମଙ୍ଗୁଳୁ ଓ ସ୍ତ୍ରୀ ତାଙ୍କ ସଂସ୍ଥାରେ ଯାଇ ଚିକିତ୍ସା ସୁବିଧା ନେବେ ତେବେ ସଂସ୍ଥା ପକ୍ଷରୁ ତାଙ୍କୁ ଓ ତାଙ୍କ ସ୍ତ୍ରୀ ଙ୍କ ପାଇିଁ ମାଗଣା ରେ ରହିବା ଓ ଖାଇବା ବ୍ୟବସ୍ଥା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯାହାକି ମଙ୍ଗୁଳୁ ଓ ତାଙ୍କ ପରିବାର ପାଇଁ ନିଶ୍ଚିନ୍ତ ରୂପେ ଏକ ଖୁସିର ଖବର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.