Home ଅପରାଧ କରୋନା କଟକଣାକୁ ଫୁ, ପୋଲିସର ଜ୍ଞାନ୍ତରେ ଚାଲିଛି ଭଗାମୁଣ୍ଡା ସାପ୍ତାହିକ ହାଟରେ ଚାଲିଛି ବେଧଡକ କୁକୁଡ଼ା...

କରୋନା କଟକଣାକୁ ଫୁ, ପୋଲିସର ଜ୍ଞାନ୍ତରେ ଚାଲିଛି ଭଗାମୁଣ୍ଡା ସାପ୍ତାହିକ ହାଟରେ ଚାଲିଛି ବେଧଡକ କୁକୁଡ଼ା ଲଢ଼େଇ

100

ହରିଚନ୍ଦନପୁର,ତା ୧୮ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ବୁଧବାର ସାପ୍ତାହିକ ହାଟରେ ଚାଲିଛି ବେଆଇନ ଭାବେ କୁକୁଡା ଲଢେ଼ଇ, କରୋନା କଟକଣାକୁ ହେୟ ଜ୍ଞାନ ଜନ ଅସନ୍ତୋଷ ବୃଦ୍ଧି । ବେଆଇନ ଭାବେ କୁକୁଡା ଲଢେ଼ଇ ଯୋଗୁଁ ଅନେକ ଆଦିବାସୀ ପରିବାରର ଲୋକେ ସର୍ବସ୍ୱାନ୍ତ ହୋଇ ଘରକୁ ଫେରୁଥିବା ନଜିର ରହିଛି । ଏହାକୁ ପୋଲିସ ପକ୍ଷରୁ ଧରପଗଡ ବା ବନ୍ଦ କରାଯାଇଥାଏ । ଏଥିସହ ମୁଖ୍ୟ କଥା ବର୍ତ୍ତମାନ ସରକାରଙ୍କ କରୋନା କଟକଣା ସାରା ଦେଶରେ ଜାରି ରହିଥିବା ବେଳେ ତାହାକୁ ହେଜ୍ଞାନ କରିବା ସହ ପ୍ରଶାସନକୁ ଚାଲେଞ୍ଜ ଦେଇ ଏଠାରେ ଚାଲିଛି ବେଧଡକ କୁକୁଡ଼ା ଲଢ଼େଇ । କରୋନା କଟକଣା ଥାଇ ମଧ୍ୟ କାହା ଅନୁମତିରେ ଚାଲିଛି ଏହି କୁକୁଡା ଲଢ଼େଇ, ଯାହାକି ପ୍ରଶାସନର ନଜର ଥାଇ ମଧ୍ୟ ଦୃଷ୍ଟି ପଡୁନାହିଁ । ଏହି ହାଟରେ ଅନେକ ଦିନ ହେବ ବେଧଡକ କୁକୁଡ଼ା ଲଢ଼େଇ ଚାଲୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ କ’ଣ ପାଇଁ ତାହାକୁ ନେଇ ଜନସାଧାରଣରେ ଉଙ୍କିମାରୁଛି ବିଭିନ୍ନ ପ୍ରଶ୍ନ । ଏହି କୁକୁଡା ଲଢ଼େଇ ଆୟୋଜକଙ୍କ ଠାରୁ ପୋଲିସ କର୍ତ୍ତୃପକ୍ଷ ସାପ୍ତାହିକ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଞ୍ଚଳରେ ଚର୍ଚ୍ଚା ଯୋର୍ ଧରିଛି । କୁକୁଡା ଲଢ଼େଇ ବେଳେ ଲୋକମାନେ ନିଜ ନିଜ ପସନ୍ଦର କୁକୁଡା ଜିତିବା ଆଶା ରଖି ବାଜି ଲଗାଇଥାନ୍ତି । ଅନେକ ସମୟରେ ଏହି ଖେଳରେ ବାଜି ଲଗାଉଥିବା ଲୋକମାନଙ୍କ ମଧ୍ୟରେ ଏହି ଖେଳ ହିଂସା ରୂପ ନେଇଥାଏ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହି ଭଳି ବେଆଇନ ଖେଳକୁ ବନ୍ଦ କରାଇବାକୁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.