Home କେନ୍ଦୁଝର ମନୋହରପୁର ଛକ ଠାରୁ ଗ୍ୟାରେଜ୍ ଛକ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି ପଡୁନାହିଁ

ମନୋହରପୁର ଛକ ଠାରୁ ଗ୍ୟାରେଜ୍ ଛକ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି ପଡୁନାହିଁ

78

ହରିଚନ୍ଦନପୁର,ତା ୧୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଘଟଗାଁ ରାସ୍ତା ସହ ସଂଯୋଗ କରୁଥିବା ଗ୍ୟାରେଜ ଛକ ରାସ୍ତା ଏବେ ପାଲଟିଛି ମରଣଯନ୍ତା ପ୍ରଶାସନର ଦୃଷ୍ଟି ପଡୁନାହିଁ । ଲୋକଙ୍କ ସ୍ବାର୍ଥ ବା ଗମନାଗମନ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି, ସେଥିରେ ବାର୍ଷିକ କୋଟି କୋଟି ଟଙ୍କା କାର୍ଯ୍ୟରେ ଲାଗୁଥିବା ବେଳେ କୋଟି କୋଟି ଟଙ୍କା କାର୍ଯ୍ୟରେ ନଲାଗି ଫେରିଯାଉଛି । ହେଲେ ଅତି ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଓ ହଜାର ହଜାର ଲୋକଙ୍କ ଆବଶ୍ୟକ ବା ନିର୍ଭର କରୁଥିବା ରାସ୍ତା ଗୁଡ଼ିକ ଆଜି ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନଥିବା କାରଣରୁ ଅନେକ ନିରିହ ଲୋକଙ୍କ ଜୀବନ ଯାଉଛି । ଏହି ରାସ୍ତାରେ ମନୋହରପୁର ଛକ ଠାରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ୨/୩ କିଲୋମିଟର ଦୂରତା ରହିଥିବା ବେଳେ ରାସ୍ତା ମଧ୍ୟରେ ଦୁଇଟି ଗାଁ ମକାଶୁକିଲା ଓ ମଶାଣିସାହି ରହିଛି । ଏଥିସହ ଏହି ରାସ୍ତାରେ ଗ୍ୟାରେଜ ଛକ ଯିବାପାଇଁ ୨/୩ କିଲୋମିଟର ଥିବା ବେଳେ ବିପରୀତ ରାସ୍ତା ହରିଚନ୍ଦନପୁର ଦେଇ ଗ୍ୟାରେଜ ଛକ ଯିବାପାଇଁ ୭/୮ କିଲୋମିଟର ଯିବାକୁ ପଡ଼େ । ଯାହାକୁ ନେଇ ଏହି ରାସ୍ତାରେ ଦୂରତା କମ୍ ରହିଥିବା ଯୋଗୁଁ ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତାରେ ବର୍ତ୍ତମାନ ବିରାଟକାୟର ଖାଲ ଖମାରେ ପରିପୂର୍ଣ୍ଣ ହୋଇଥିବା ସହ ରାସ୍ତା ମଧ୍ୟରେ ଥିବା ବାହୁଟିଆ ନାଳର ପୋଲ ଦବି ଗଲାଣି ଓ ପୋଲର ଦୁଇ ପାର୍ଶ୍ଵରେ ସୁରକ୍ଷା ବାଡା ନାହିଁ । ବର୍ଷା ଦିନରେ ରାସ୍ତା ମଧ୍ୟରେ ସୃଷ୍ଟି ହୋଇଥିବା ଖାଲ ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ରହୁଥିବା କାରଣରୁ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ । ସାଧାରଣତଃ ରାସ୍ତାର ଏହି ଅବସ୍ଥାକୁ ନେଇ ପ୍ରତ୍ୟେକ ଦିନ ଛୋଟ ବଡ଼ ଘଟଣା ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଅତି ଦୁଃଖର ବିଷୟ ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ରାସ୍ତାର ମଧ୍ୟରେ ଥିବା ଗାଁ ଗୁଡ଼ିକର ଲୋକମାନେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ବା ପକ୍କା ରାସ୍ତା ଦେଖିବାରୁ ବଞ୍ଚିତ ଅଛନ୍ତି । ପୂର୍ବରୁ ବର୍ଷା ଦିନେ ଗ୍ୟାରେଜ ନିକଟସ୍ଥ ମୂଷଳ ନଦୀର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଲେ ଘଣ୍ଟା ଘଣ୍ଟା ହରିଚନ୍ଦନପୁର ଠାରୁ ଘଟଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ସେହି ସମୟରେ ଏହି ରାସ୍ତା ଉପରେ ସମସ୍ତ ସରକାରୀ ବେସରକାରୀ ଗାଡ଼ି ଓ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ହେଲେବି ଏହି ରାସ୍ତା ଉପରେ ଆଜି ପର୍ଯ୍ୟନ୍ତ କେମିତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ, ଯାହାକୁ ନେଇ ନିର୍ଭରଶୀଳ ହଜାର ହଜାର ଲୋକ ଯାତାୟାତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତାର ପୃନଃରଉଦ୍ଧାର କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.