ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ପଲିଥିନ୍ ଧରପଗଡ ଜୋରଦାର କରାଯାଇଛି। ଗତକାଲି ଦୋଳମଣ୍ଡପ ସାହି ସ୍ଥିତ ନୃସିଂହ ମିଠା ଦୋକାନରୁ ୩ କିଲୋ ଗ୍ରାମ ପଲିଥିନ୍ ଜବତ କରାଯାଇଥିଲା। ଏହା ପରେ ଦୋକାନ ସିଲ୍ କରିବାକୁ ମାଲିକ ସଦାଶିବ ନାୟକଙ୍କୁ ନୋଟିସ୍ ଜାରି କରାଯାଇଛି। ସେହିପରି ଜହ୍ନିମୁଣ୍ଡିଆ ଛକ ନିକଟସ୍ଥ ସଦାଶିବ ପ୍ରଧାନଙ୍କ ଟିଫିନ ଦୋକାନରେ ପଲିଥିନ୍ ଜବତ କରାଯାଇ ଫାଇନ୍ ଆଦାୟ କରାଯାଇଛି।