Home ଓଡ଼ିଶା ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

32

ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଛି। କୋଭିଡ୍ – ୧୯ ସଂକ୍ରମଣ ପରିସ୍ଥିତି ବେଳେ ଲୋକେ ଦୟନୀୟ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ତାରିଫ ଛାଡ ନକରି ୟୁନିଡ୍ ପିଛା ୨୦ ପଇସା ବୃଦ୍ଧି କରିବା, ବିଦ୍ୟୁତ୍ ବଂଟନ ବ୍ୟବସ୍ଥାକୁ ଘରୋଇ କରଣ ଦ୍ୱାରା ଶ୍ରମିକ କର୍ମଚାରୀଙ୍କ ଚାକିରୀର ସ୍ଥାୟିତ୍ୱ ପ୍ରତି ବିପଦ, ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ବିଦ୍ୟୁତ୍ ଶ୍ରମିକଙ୍କୁ କୋରନା ଯୋଦ୍ଧା ଘୋଷଣା ନ କରିବା ଆଦି ସମସ୍ୟା ସମାଧାନ ନହେଲେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଆହ୍ୱାନ୍ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.