ନୟାଗଡ଼, ୨୬ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଆଜି ପ୍ରଥମ ଶୀତ ଅନୂଭୁତ ହୋଇଛି। ରାତି ୧୦ଟା ପରେ ଏହି ଶୀତ ପ୍ରବେଶ କରିଛି। ପୂର୍ବରୁ ଆକାଶ ଅଳ୍ପ ଅଳ୍ପ ମେଘାଚ୍ଛନ୍ନ ଥିବାବେଳେ ଆଜି ଆକାଶରେ ଆଉ ମେଘ ନଥିବା ଦେଖିବାକୁ ମିଳିଛି। ରାତି ୧୦ଟା ପରେ ହଠାତ୍ ଶୀତ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ଦୁଇଦିନ ଭିତରେ ମୌସୁମୀ ଫେରିଯିବ ବୋଲି କହିଥିବାବେଳେ ସେହି ଦୁଇଦିନ ପରେ ଆଜି ପ୍ରଥମ ଶୀତ ନୟାଗଡ଼ରେ ଅନୁଭୂତ ହୋଇଛି। ଯଦିଓ କୁମାର ପୂର୍ଣ୍ଣମୀ ଦିନ ହାଲ୍କା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା ତେବେ ଆଜି ହଠାତ୍ ରାତି ୧୦ଟା ପରେ ପରେ ଏହି ହାଲ୍କା ଶୀତ ନୟାଗଡ଼ରେ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି।