Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଫିକାରେ ଫିକାରେ ଦଶହରା

ନୟାଗଡ଼ରେ ଫିକାରେ ଫିକାରେ ଦଶହରା

197

ନୟାଗଡ଼, ୨୬ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଚଳିତବର୍ଷ ପାର୍ବଣ ଋତୁରେ ଦୂର୍ଗାପୂଜାର ମାହୋଲକୁ ଫିକା କରିଦେଇଛି କରୋନା ମହାମାରୀ। କରୋନା କଟକଣାରେ ନୟାଗଡ଼ରେ ଦଶହରା ଫିକାରେ ଫିକାରେ ପାଳିତ ହେଉଛି ଦଶହରା। ଏପରିକି କଟକଣା ପାଇଁ ଫିକା ପଡ଼ିଲା ମା’ଦୁର୍ଗାଙ୍କ ପୂଜା। ଖାଁ ଖାଁରେ ନୟାଗଡ଼ ପୂଜା ମଣ୍ଡପରେ ମା’ଦୁର୍ଗା ପୂଜା ପାଇଲେ। ହୋ ହଲ୍ଲା ନାଚ, ଗୀତର ଆସର ନାହିଁ। ସାଜସଜ୍ଜା, ମେଲୋଡ଼ି, ଭଜନ, ପାଲା, ଦାଶକାଠିଆ, ରାମଲୀଳା ମହାଭାରତ ଆଦି କେତେ ନାଚ ଗୀତରେ ଭକ୍ତଙ୍କ ହାଉଯାଉରେ ପୂଜା ମଣ୍ଡପ ଫାଟି ପଡ଼ୁଥାନ୍ତା। ହେଲେ ସବୁ ଶୂନ୍‌ଶାନ୍। କେବଳ ନୀତିକାନ୍ତି ଭିତରେ ଜିଲା ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପରେ ଦୁର୍ଗା ପୂଜା ପାଳିତ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ୫୯ବର୍ଷ ଧରି ଏହି ଦୂର୍ଗାପୂଜା ପାଳନ ହୋଇ ଆସୁଥିଲାବେଳେ ଏବେ ପୁରୁଣା ଜେଲ ପାର୍ଶ୍ୱ ପୂଜା ମଣ୍ଡପରେ ପାଳନ କରାଯାଉଛି ଦୂର୍ଗାପୂଜା। ଗତକାଲି ଦଶହରା ପାଳନ ହୋଇଥିବାବେଳେ ଆଜି ପୀଠମାନଙ୍କରେ ବିଜୟା ଦଶମୀ ଦଶହରା ପାଳନ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.