କଟକ ୧୨।୯ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଜଣେ ଜଲିଉଡ ଜଗତର ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ଚୌଦ୍ବାର ସ୍ଥିତ ନିଜ ବାସଭବନ ତାଙ୍କର ନିଧନ ହୋଇଥିବା ଖବରରୁ ପ୍ରକାଶ। ଭିକୁ ସେଠଙ୍କ ନାମରେ ପରିଚିତ ଥିଲେ ମହେନ୍ଦ୍ର। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।
‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକରେ ଘରେ ଘରେ ଚର୍ଚ୍ଚିତ ଥିଲେ ଭିକୁ ସେଠ। ଅଭିନୟକୁ ପେଷା ଭାବେ ବାଛିନେଇଥିବା ଭିକୁ ସେଠ୍ ଓଡିଆ ଚଳଚିତ୍ରରେ ଅଭିନୟ କରି ଓଡିଆ ଯାତ୍ରା ପ୍ରେମିଙ୍କ ନିକଟତର ହୋଇ ପାରିଥିଲେ । ତାଙ୍କର ପରଲୋକରେ ବିଭିନ୍ନ ମହଲରେ ବିଶେଷ କରି ଯାତ୍ରା ପ୍ରେମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।