Home ଓଡ଼ିଶା ତଦନ୍ତ ପରର କାର୍ଯ୍ୟାନୁଷ୍ଠାନ ଜିଲ୍ଲ୍‌ା ପ୍ରଶାସନର ନାଲି ଫିତା ତଳେ

ତଦନ୍ତ ପରର କାର୍ଯ୍ୟାନୁଷ୍ଠାନ ଜିଲ୍ଲ୍‌ା ପ୍ରଶାସନର ନାଲି ଫିତା ତଳେ

145

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୨/୯/ନୟାଗଡ ଜିଲ୍ଲ୍‌ା ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମପଂଚାୟତରେ ହୋଇଥିବା ଲକ୍ଷାଧିକ ଟଙ୍କାର ଦୁର୍ନିତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନହୋଇ ପ୍ରଶାସନର ନାଲି ଫିତା ତଳେ ଚାପି ହୋଇ ରହିଥିବାର ଅଭିଯୋଗ ହେଉଛି । ଘଟଣାରୁ ପ୍ରକାଶ ମୟୁରଝାଲିଆ ଗ୍ରାମପଂଚାୟତର ଝଋଗମାନଙ୍କର ବକେୟା ପାରିଶ୍ରମିକ ୨,୧୭.୦୮୦ ଟଙ୍କା ଓ ରାସ୍ତାକଡ ଆଲୋକୀକରଣ ପାଇଁ ଆସିଥିବା ୫,୪୦,୧୮୬ ଟଙ୍କା ହଡପ୍ ହେଉଥିବା ନୟାଗଡ ଉପଜିଲ୍ଲ୍‌ାପାଳଙ୍କ ନିକଟରେ ପଂଚାୟତର କିଛି ୱାର୍ଡମେମ୍ବର ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉପଜିଲ୍ଲାପାଳ ଜିଲ୍ଲ୍‌ା ପଂଚାୟତ ଅଧିକାରୀଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରି ତଦନ୍ତ କରାଇଥିଲେ  ।

ତଦନ୍ତ ରିପୋର୍ଟ ପାଇଲା ପରେ ନୟାଗଡ ଉପଜିଲ୍ଲାପାଳ ଚିଠି ନଂ ୭୨୭ ତା୨୫/୮/୨୦୨୦ ରେ ପୂର୍ବତନ ପଂଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ  ମହେନ୍ଦ୍ର ବାରିକ୍ ଓ ସରପଂଚ ଛବିରାଣୀ ବିଶୋଇଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ପକ୍ଷ ରଖିବା ପାଇଁ ଚିଠି ପାଇବାର ୭ଦିନ ମଧ୍ୟରେ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ନଥିବା ଜଣାପଡିଛି । ଏ ସଂପର୍କେ ନୟାଗଡ ଉପଜିଲ୍ଲ୍‌ାପାଳ ଲଗ୍ନଜିତ୍ ରାଉତ୍ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଭିଯୁକ୍ତ ମାନେ ଚିଠି ପାଇବାର ୭ଦିନ ମଧ୍ୟରେ ନିଜ ପକ୍ଷ ନରଖିବାରୁ ଆମ୍ଭେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଜଣାଇ ଦେଇଅଛୁ । ନୟାଗଡ ଜିଲ୍ଲ୍‌ା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉପଜିଲ୍ଲ୍‌ାପାଳ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ପ୍ରଦାନ କରିଛନ୍ତି । ହେଲେ କାର୍ଯ୍ୟବ୍ୟସ୍ତତା ଯୋଗୁ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇପାରିନାହିଁ । ୭ଦିନ ଭିତରେ ଜିଲ୍ଲ୍‌ାପାଳଙ୍କୁ ଅବଗତି କରାଇ କାର୍ଯ୍ୟାନୁଷ୍ଠାନ କରାଯିବ  । ଏ ସଂପର୍କେ ଅଭିଯୁକ୍ତ ପୂର୍ବତନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ବାରିକ୍‌ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ଭଗବାନଙ୍କ ନିକଟରେ ଛାଡିଦେଇଅଛି । ଭଗବାନ ଯାହା କରିବେ । କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ଅଭିଯୋଗ କରିଥିବା ୱାର୍ଡମେମ୍ବର ମାନେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.