Home ଓଡ଼ିଶା ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା – ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ

ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା – ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ

490

ଭୁବନେଶ୍ଵର ୧୨-୯ (ଓଡ଼ିଆ ପୁଅ) : ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାର ପ୍ରଭାବରେ ଶନିବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବ‌ର୍ଷା ହେବାର ଆଶଙ୍କା ରହିଛି। ଏ ନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ବୌଦ୍ଦ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଏବଂ ଖୋର୍ଦ୍ଧା ଜିଲ୍ଲାମାନଙ୍କରେ ବିଜୁଳି ମାରିବା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

ରବିବାର ଦିନ ମାଲକାନଗିରି , କୋରାପୁଟ , ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଅରେଞ୍ଜ ୱାର୍ଣ୍ଣଂ ଚାରି କରାଯାଇଛି। ରାୟଗଡ଼ା , କଳାହାଣ୍ଡି , ଗଜପତି, ନୂଆପଡ଼ା ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ସୋମବାର ମାଲକାନଗିରି , କୋରାପୁଟ , ନବରଙ୍ଗପୁର ରେ, ନୂଆପଡ଼ା , କଳାହାଣ୍ଡି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.