ପାଳଲହଡ଼ା,୨୭/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): କୋରନା ସହ ସାରା ବିଶ୍ଵ ଲଢେଇ କରୁଥିବା ସମୟରେ ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଅନୁଗୋଳ ଜିଲ୍ଲା ପାଳଲହଡାରେ ଲଗାଣ ବର୍ଷା ଯୋଗୁଁ ନିର୍ମାଣାଧୀନ ୪୯ ନମ୍ବର ଜାତୀୟ ରାଜପଥ କିଛି ଅଂଶ ବର୍ଷା ଜଳରେ ଧୋଇ ହୋଇଯାଇଛି,ଫଳରେ ଲୋକଙ୍କ ଯାତାୟତରେ ବ୍ୟାହତ ସୃଷ୍ଟି ହୋଇଛି। ସେହିପରି ନିଜିଗଡ଼ ଗ୍ରାମର ଅଧିକାଂଶ ସ୍ଥାନ ଜଳମଗ୍ନ ହେବାସହ ବହୁ ଧନ ସଂପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିଛି।







