Home ଜିଲ୍ଲା ପରିକ୍ରମା ଇଂ ବସନ୍ତ ବେହେରାଙ୍କ ବିୟୋଗରେ ଶୋକ

ଇଂ ବସନ୍ତ ବେହେରାଙ୍କ ବିୟୋଗରେ ଶୋକ

66

ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାମକୋ ସିମେଣ୍ଟର ଅଧିକୃତ ବିକ୍ରେତା ଇଂଜିନିୟର ବସନ୍ତ କୁମାର ବେହେରାଙ୍କ ଅକାଳ ବିୟୋଗରେ ବଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାମକୋ ସିମେଣ୍ଟ କମ୍ପାନିର ପ୍ରତିନିଧିଙ୍କୁ ନେଇ ଏକ ଶୋକସଭା ସ୍ଥାନୀୟ ଅଙ୍ଗାରଗଡ଼ିଆ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। କମ୍ପାନି ପ୍ରତିନିଧି ପ୍ରଦୀପ ଦାସ, ହୃଷୀକେଶ ମହାପାତ୍ର, ସମାଜସେବୀ ଲାଲଚାନ୍ଦ ଦାସପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଜଣେ ଇଂଜିନିୟର ହୋଇ ମଧ୍ୟ ଚାକିରି ଛାଡ଼ି ଠିକାଦାରୀକୁ ବୃତ୍ତି ଭାବେ ଗ୍ରହଣ କରି ଗୁଣାତ୍ମକ କାର୍ଯ୍ୟ ପାଇଁ ସେ ସବୁଠି ଲୋକପ୍ରିୟତା ପାଇଛନ୍ତି ବୋଲି ବକ୍ତାମାନେ କହିଥିଲେ। ବିଶେଷ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଶକୁନ୍ତଳା କଲେଜ ନିର୍ମାଣରେ ତାଙ୍କର ଗୁଣାତ୍ମକ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରେ ସେ ବହୁ ବଡ଼ ବଡ଼ କାର୍ଯ୍ୟ ହାତକୁ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପନ୍ନ କରିପାରିଛନ୍ତି। ଠିକାଦାରୀ ସାଙ୍ଗକୁ ବାଲେଶ୍ୱରର ରାମକୋ ସିମେଣ୍ଟର ଜଣେ ଅଧିକୃତ ବିକ୍ରେତା ଭାବେ ସେ ଡିଲରସିପ୍ ନେଇଥିଲେ। ଜଣେ ମିତବ୍ୟୟୀ, ମେଳାପି, ଦରଦୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗ ନିର୍ମାଣ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶୋକସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥ ସହ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଫଳତାର ସିଡ଼ି ଚଢ଼ିଚାଲିଥିବା ବେଳେ ମାତ୍ର ୫୫ ବର୍ଷ ବୟସରେ ହୃଦଘାତରେ ଗତ ୨୫ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.