ଭୁବନେଶ୍ୱର: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଠାରେ କରୋନା ପଜେଟିଭ୍ ଲକ୍ଷଣ ଦେଖାଦେଇଛି। ମଞ୍ଜୁଲତା ଏଇ ଟ୍ୱିଟ କରି ସୂଚନା ଦେଇଛନ୍ତି।
ମଞ୍ଜୁଲତା ଲେଖିଛନ୍ତି, “କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା। ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ହୋମ୍ କ୍ୱାରାଣ୍ଟାଇନରେ ଅଛି। ମୁଁ ଅନୁରୋଧ କରୁଛି, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜକୁ ଅଲଗା ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ।” /-ଦେବଦତ୍ତ ରଥ