Home ଜିଲ୍ଲା ପରିକ୍ରମା ନାଗରିକର ମୌଳିକ ଅଧିକାର ପ୍ରତି ଆକ୍ରମଣ ଅଭିଯୋଗ: ବାଲେଶ୍ୱରରେ ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବିକ୍ଷୋଭ

ନାଗରିକର ମୌଳିକ ଅଧିକାର ପ୍ରତି ଆକ୍ରମଣ ଅଭିଯୋଗ: ବାଲେଶ୍ୱରରେ ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବିକ୍ଷୋଭ

82

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ମାନହାନୀ ମୋକଦ୍ଦମାରେ ବିଶିଷ୍ଟ ମାନବାଧିକାର ଅଧିବକ୍ତା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ଦୋଷୀ ସାବ୍ୟସ୍ତ କରିବା ଭାରତୀୟ ଗଣତନ୍ତ୍ରରେ ନାଗରିକ ମୌଳିକ ଅଧିକାର ପ୍ରତି ଆକ୍ରମଣ ବୋଲି ଅଭିଯୋଗ କରି ଏହା ବିରୋଧରେ ‘ଆମେ ଭାରତୀୟ ଜନଗଣ’ମଞ୍ଚ ଅନ୍ତର୍ଗତ ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଦିନ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଆଇନଜୀବୀ ମନୋଜ ନାୟକ, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ତଥା ନାସନାଲ ହକର ଫେଡେରେଶନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଓଡ଼ିଶା ପଥ ବିକ୍ରେତା ସଂଘର ଆବିଦ ଖାନ, ମୋହିନୀ ମୋହନ ପରିଡ଼ା, ଯୁବନେତା ତପନ କୁମାର ସିଟ, ଆଇନଜୀବୀ ସର୍ବଶ୍ରୀ ବିଜୟ ପରିଡ଼ା, ଲଲାଟେନ୍ଦୁ କେଶରୀ ମହାପାତ୍ର, ଶାନ୍ତନୁ ଦାସ, ଉମେଶ ଦାସ, ଦୀପ୍ତିକାନ୍ତ ମିଶ୍ର, ନିର୍ମଳ ନାୟକ, ଅବଦୁଲ ରଫିକ୍‌, ଚନ୍ଦ୍ରକାନ୍ତ ଜେନା, ଭରତ ଚନ୍ଦ୍ର ଲେଙ୍କା, ସୁଧା ରଞ୍ଜନ ବିଶ୍ୱାଳ, ବରେନ୍ଦ୍ର ଦାସ, ଗୌତମ ଭୋଇ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ ମୌଳିକ ଅଧିକାରର ବୈଶିଷ୍ଟ ଓ ନିକଟ ଅତୀତରେ ହୋଇଥିବା ଏହାର ଉଲ୍ଲଂଘନକ ନେଇ ତୀବ୍ର ସମାଲୋଚନା କରିଥିଲେ। ସାଧାରଣତଃ ସ୍ୱାଧୀନ ବିଚାର, ଅଭିବ୍ୟକ୍ତି, ବିଶ୍ୱାସ ଓ ଉପାସନାକୁ ସମ୍ବିଧାନରେ ମୌଳିକ ଅଧିକାରଭୁକ୍ତ କରାଯାଇଥିବା ବେଳେ ଏହାର ଉଲ୍ଲଂଘନରେ ଲୋକେ ନ୍ୟାୟପାଳିକାର ଦ୍ୱାରସ୍ଥ ହୋଇଥା’ନ୍ତି। ତେଣୁ ସାଧାରଣ ଭାବରେ କାର୍ଯ୍ୟପାଳିକାଠାରୁ ନ୍ୟାୟପାଳିକା ପ୍ରତି ଜନ ସାଧାରଣଙ୍କର ଅଧିକ ସମ୍ମାନ ଥାଏ। ମାତ୍ର ଗତ ୬ବର୍ଷଧରି ଦେଶର ଶାସନ କ୍ଷମତାରେ ଥିବା ଶକ୍ତିଙ୍କ ଅନ୍ୟାୟ, ଅନୀତି ଅଥବା ଅତ୍ୟାଚାର ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛି, ତାଙ୍କ ମୌଳିକ ଅଧିକାରକୁ ହନନ କରି ତାଙ୍କ ବିରୋଧରେ ଆଇନର ଅପପ୍ରୟୋଗ କରାଯାଉଛି ଏହାହିଁ ଆମ ସମ୍ବିଧାନ ଉପରେ ଆକ୍ରମଣ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀମାନେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ନିଜ ରାୟର ପୁନର୍ବିଚାର କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁରକ୍ଷିତ ରଖିବାକୁ ଦୃଢ଼ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ କେଶରୀ ଦାସ, ଅଭିଜିତ୍ ପଣ୍ଡା, ଗୋପାଳ ଶତପଥୀ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ବେଣୁଧର ବାରିକ, ନିର୍ବାସିନୀ ପ୍ରଧାନ, ପଙ୍କଜିନୀ ଜେନା, ଟିପିରୀ ସିଂ, ରାମଚନ୍ଦ୍ର ପରିଡ଼ା, ଅଭିରାମ ବାରିକ, ମହମ୍ମଦ ଆସ୍ଲାମ୍‌, ରାଜେଶ ପଣ୍ଡା, ହରେକୃଷ୍ଣ ଦାସ, ରଘୁନାଥ ନାୟକ, ଦୀନବନ୍ଧୁ ସାହୁ, ଅଜିଜୁର ରହେମାନ ନେତୃବୃନ୍ଦ ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.