Home ଜିଲ୍ଲା ପରିକ୍ରମା ଯୁକ୍ତଦୁଇ ବାଣିଜ୍ୟ ଫଳ : ବାଲେଶ୍ୱରର ପାସହାର ୭୬.୪୭ ପ୍ରତିଶତ

ଯୁକ୍ତଦୁଇ ବାଣିଜ୍ୟ ଫଳ : ବାଲେଶ୍ୱରର ପାସହାର ୭୬.୪୭ ପ୍ରତିଶତ

68

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ପାଇଁ ବିଳମ୍ବ ହୋଇଥିଲେ ବି ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ୭୪.୯୫ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଳେଶ୍ୱର ଜିଲ୍ଲାରେ ଏହି ଅନୁପାତ୭୬.୪୭ ଛୁଇଁଛି। ଚିଳିତ ବର୍ଷ ଜିଲ୍ଲାରେ ଯୁକ୍ତଦୁଇ ବାଣିଜ୍ୟ ମୋଟ ୧୨୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ ୯୭୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୨୦ ଜଣ ଓ ତୃୀତୟ ଶ୍ରେଣୀରେ ୪୧୯ ଜଣ ପାସ୍ କରିଥିବା ବେଳେ ଗୋଟିଏ କିମ୍ବା ଦୁଇଗୋଟି ବିଷୟରେ ଫେଲ ହୋଇଥିବା ୬ ଜଣ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର ଅକ୍ଷୋକୃତ ଭଲ ରେଜାଲ୍ଟ ହୋଇଥିଲେ ବି ଆଶାଠାରୁ ବହୁତ୍ କମ୍ ମାର୍କ ମଳିଛି ବୋଲି କିଛି ଛାତ୍ରଛାତ୍ରୀ କହିଛନ୍ତି। କରୋନା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପରୀକ୍ଷା ଖାତା ମୂଲ୍ୟାୟନ ଏହାର ମୁଖ୍ୟକାରଣ ବୋଲି ସେମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.