ନୟାଗଡ଼, ୧୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ହୋଇ ଘରକୁ ଫେରୁଛନ୍ତି ସେମାନେ ସ୍ୱେଚ୍ଛାକୃତଭାବେ ପ୍ଲାଜମା ଦାନ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। କାରଣ ଜଣେ ଚାହିଁଲେ ୨ଜଣଙ୍କ ଜୀବନ ବଂଚାଇଦେଇ ପାରିବ। ଏଭଳି ମହାମାରୀ ସମୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ପ୍ଳାଜମା ହିଁ ଏକମାତ୍ର ସର୍ବୌଷଧି। କରୋନାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନେ କିପରି ପ୍ଳାଜ୍ମା ଦାନରେ ସୁସ୍ଥତା ହୋଇପାରିବେ ସେଥିପାଇଁ ନୟାଗଡ଼ ଜିଲାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ-ଅରୁଣ କୁମାର ସାହୁ। ପୂର୍ବରୁ ୫ଜଣ ପ୍ଳାଜ୍ମା ଦାନ କରିଥିଲାବେଳେ ଆଜି ୩ଜଣ ପୁଣି ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଭାପୁର ବ୍ଳକର ଶ୍ରୀକାନ୍ତ ବେହେରା, ରବିନ୍ଦ୍ର ଜେନା ଓ ପ୍ରଶାନ୍ତ ବେହେରା। ଏମାନେ ପ୍ଲାଜ୍ମା ଦାନ କରି ୬ଜଣଙ୍କ ଜୀବନ ବଂଚାଇବାରେ ସହାୟକ ହୋଇପାରିଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ସାହୁ ସେମାନଙ୍କ ଗହଣରେ ରହି ସେମାନଙ୍କ ବଦାନ୍ୟତା ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ନୂଆଗାଁ ବ୍ଳକର ଉମାକାନ୍ତ ତ୍ରିପାଠୀ ଓ ରାଜକିଶୋର ସାହୁ, ଓଡ଼ଗାଁ ବ୍ଳକ ସୁନାମୁହିଁର ମହେନ୍ଦ୍ର କୁମାର ସାହୁ, ରୋହିବାଙ୍କର ବସନ୍ତ କୁମାର ଡାକୁଆ ଓ ନୟାଗଡ଼ ମ୍ୟୁନିସିପାଲିଟିର ରାହୁଲ ସୁବୁଦ୍ଧି ପ୍ଲଜମା ଦାନ କରି ୧୦ଜଣଙ୍କ ଜୀବନ ବଂଚାଇବାର ମାଧ୍ୟମ ପାଲଟିଥିଲେ।