Home ଓଡ଼ିଶା କରୋନା କବଳରେ ମାଲକାନଗିରି ଜିଲ୍ଲା ,ଆଜି ଗୋଟିଏ ଦିନରେ ୯୮ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ...

କରୋନା କବଳରେ ମାଲକାନଗିରି ଜିଲ୍ଲା ,ଆଜି ଗୋଟିଏ ଦିନରେ ୯୮ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୭ରେ ପହଁଚିଲା ,୮୬୧ଜଣ ସୁସ୍ଥହେଲେ

46

ମାଲକାନଗିରି,୧୭ା୮ (ଓଡିଆ ପୁଅ ) କରୋନା କବଳରେ ଏବେ ମାଲକାନଗିରି ଜିଲ୍ଲା,ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି,ଆଜି ଜିଲ୍ଲାରେ ଗୋଟିଏ ଦିନରେ ୯୮ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୪୨ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିଲେ, ୨୩ ଜଣଙ୍କର ରୋଗର ଲକ୍ଷଣ ଥିଲା ଓ ଅନ୍ୟ ୩୧ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇ ଥିବାବେଳେ ଅନ୍ୟ୨ଜଣ ହଟସ୍ପଷ୍ଟ ଜିଲ୍ଲା,ତେଲାଙ୍ଗାନା ରାଜ୍ୟଫେରନ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୭ଜଣ,ବାଲିମେଳା ଏନଏସି ଅଚଂଳରୁ ୧୬ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୪ଜଣ,ମାଲକାନଗିରି ବ୍ଲକଅଚଂଳରୁ ୧୧ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ ୧୪ଜଣ ,ଖଇରପୁଟ ବ୍ଲକ ଅଚଂଳରୁ ୯ଜଣ,ମାଥିଲି ବ୍ଲକ ଅଚଂଳରୁ ୬ଜଣ,ଚିତ୍ରକେଣ୍ଡା ବ୍ଲକରୁ ୯ଜଣ,ପଡିଆ ବ୍ଲକରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତ ୯୮ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୪୮୪ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୯୮ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.