Home କେନ୍ଦ୍ରାପଡ଼ା ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ମାଟ୍ରିକ ପରୀକ୍ଷାର ଟପରଙ୍କୁ ସମ୍ବର୍ଦ୍ଧନା

ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ମାଟ୍ରିକ ପରୀକ୍ଷାର ଟପରଙ୍କୁ ସମ୍ବର୍ଦ୍ଧନା

176

କେନ୍ଦ୍ରାପଡା ୩୦/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଚଳିତବର୍ଷ ସେହି ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ କୋଭିଡ-୧୯ ନିୟମ ପାଳନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ଦୈତାରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାମନ୍ଦିରର ଛାତ୍ର ଦେବାଶିଷ ଦାଶ ୫୬୦ନମ୍ବର ରଖି ଏ-୧ ଗ୍ରେଡରେ ଟପର ହୋଇଥିବାରୁ ତାଙ୍କୁ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁବିଦ୍ୟାମନ୍ଦିର ପରିଚାଳନା ସମିତିର ପୂର୍ବତନ ସଭାପତି ସୂର୍ଗତ ଅନଙ୍ଗ କୁମାର ସାହୁଙ୍କ ସ୍ମୃତିରେ ୫ହଜାର ଟଙ୍କାର ଏକ ଚେକ ତାଙ୍କ ପୁତ୍ର ବିଦ୍ୟାମନ୍ଦିରର ଟପର ହୋଇଥିବା ଛାତ୍ର ଦେବାଶିଷଙ୍କୁ ପ୍ରଦାନ କରିଥିଲେ। ଏଥିସହିତ ପ୍ରତ୍ୟେକ ବର୍ଷ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷାରେ ଟପର ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏଭଳି ପୁରସ୍କାର ପ୍ରଦାନ କରାଯିବ ବୋଲି ତାଙ୍କପୁତ୍ର କହିଛନ୍ତି। ଏହି ଅବସରରେ ବିଦ୍ୟାମନ୍ଦିରର ଏ-୧ ଓ ଏ-୨ ଗ୍ରେଡରେ ପାସ କରିଥିବା ୨୪ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର, ସହସମ୍ପାଦକ ନୃସିଂହ ପ୍ରସାଦ ପତ୍ରୀ, କୋଷାଧ୍ୟକ୍ଷ ଗୀରିଶ ଚନ୍ଦ୍ର କର, ପ୍ରଧାନ ଆଚାର୍ଯ୍ୟ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.