Home କେନ୍ଦ୍ରାପଡ଼ା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ପ୍ଲାଜମା ଦାନ ଓ କୋଭିଡ ଚିକିତ୍ସାର...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ପ୍ଲାଜମା ଦାନ ଓ କୋଭିଡ ଚିକିତ୍ସାର ସମୀକ୍ଷା

86

କେନ୍ଦ୍ରାପଡା ୩୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଗୁରୁବାର ଅପରାହ୍ନରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଶ୍ୱ ବ୍ୟାପି ସଙ୍କଟ ସୃଷ୍ଟି କରିଥିବା “କରୋନା”ର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଗ୍ରହଣ କରାଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। କରୋନା ପାଇଁ ଏପର୍ଯ୍ୟନ୍ତ କୈାଣସି ଟୀକା ବା ଔଷଧ ବାହାରି ନଥିବାରୁ ପ୍ଲାଜମା ଚିକିତ୍ସା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ଅଦ୍ୟାବଧି ୪୪୯ କୋଭିଡ ପଜିଟିଭ ମଧ୍ୟରୁ ୩୬୭ଜଣ କୋଭିଡ ରୋଗରୁ ସୁସ୍ଥ ହୋଇଛନ୍ତି। ଆମ ଜିଲ୍ଲାର ରୋଗୀଙ୍କୁ ଛତାସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ସୁସ୍ଥ ହୋଇଥିବା ୩୬୭ଜଣଙ୍କ ସହ ଜିଲ୍ଲାର ବିଧାୟକମାନେ ଯୋଗାଯୋଗ କରି ସେମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରବର୍ତାଇବାକୁ ପରାମର୍ଶ ଦେଇଥିଲେ। ବିଶେଷ ଭାବରେ କୋଭିଡ ଯୋଦ୍ଧା ଯଥା ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ନର୍ସ ଓ ଡାକ୍ତରଙ୍କୁ ଆବଶ୍ୟକ ଉନ୍ନତ ଧରଣ ସୁରକ୍ଷା ପୋଷାକ ଓ ଯନ୍ତ୍ରପାତି ଯୋଗାଇବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ସୁପରିଚାଳନା ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ପଂଚାୟତରେ ଏକ କୋଭିଡ କେଆର ହୋମ ପ୍ରତିଷ୍ଠା କରାଯାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଥିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାରେ କୋଭିଡ ସୁପରିଚାଳନା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାପାଳ, ନିୟୋଜିତ ଡାକ୍ତର, ପୋଲିସ ଓ ଅଧିକାରୀମାନଙ୍କ ଭୂୟସୀ ପ୍ରସଂଶା କରିଥିଲେ। ଏହି ସମୀକ୍ଷା ବୈଠକରେ ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ସିଡିଏମଓଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.