Home ଓଡ଼ିଶା ରାଜ୍ୟସରକାରଙ୍କ ମହିଳା ସୁରକ୍ଷା ନାରା ଏକ ପ୍ରହସନ :ମହିଳାମୋର୍ଚ୍ଚା

ରାଜ୍ୟସରକାରଙ୍କ ମହିଳା ସୁରକ୍ଷା ନାରା ଏକ ପ୍ରହସନ :ମହିଳାମୋର୍ଚ୍ଚା

124

– କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
– ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ପ୍ରତିନିଧୀ ଦଳ ଆଗରେ କହିଛନ୍ତି
– ପୋଲିସ ଏବେ ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ବସିଛି
– ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଥିବାବାଳେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି

ଭୁବନେଶ୍ୱର, ୨୩/୦୭ (ଓଡ଼ିଆ ପୁଅ) : ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଂଜଳୀ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରିଛନ୍ତି। ପ୍ରତିନିଧୀ ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁ ଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି। ପରେ କୋଟପାଡ ଥାନା ଆଇଆଇସିଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ପ୍ରତିନିଧୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସନ୍ତୋଷଜନକ ଉତର ମିଳିନଥିଲା। ତଦନ୍ତ ପରେ ପ୍ରତିନିଧୀ ଦଳ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କୁ ଭିଡିଓ କନଫରେନ୍ସିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି। ବିଶେଷ କରି ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଜନିତ ହତ୍ୟା ଘଟଣାରେ ପୋଲିସର ସ୍ଥାଣୁତା ଏବଂ ଗୃହବିଭାଗର ଅପାରଗତାକୁ ପଦାରେ ପକାଇଛି। କୋରାପୁଟ ନାବାଳିକା ଦୁଷ୍କର୍ମ ଘଟଣାରେ ଦୃବୁତ ମାନେ ନାବାଳିକା ସହ ଗଣଦୁଷ୍କର୍ମ କରି ପରେ ତାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ପୋଲିସ ଏବେ ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ବସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଥିବାବାଳେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ରାଜ୍ୟସରକାରଙ୍କ ମହିଳା ସୁରକ୍ଷା ନାରା ଏଠି କେବଳ ପ୍ରହସନ ପାଲଟିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ। ମହିଳା ସୁରକ୍ଷା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ଅସମ୍ବେଦନଶୀଳ ରହିବେ ତେବେ ଆଗକୁ ମହିଳା ମୋର୍ଚ୍ଚର୍ା ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.