Home ଓଡ଼ିଶା କୁଆଡେଗଲା ଶ୍ରାବଣୀର ଧାରା ଶୁଖିଲା ପଡିଛି ଖରସ୍ରୋତା ମନ୍ଦାକିନୀ

କୁଆଡେଗଲା ଶ୍ରାବଣୀର ଧାରା ଶୁଖିଲା ପଡିଛି ଖରସ୍ରୋତା ମନ୍ଦାକିନୀ

118

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୭-ଶ୍ରାବଣ ମାସରେ ବର୍ଷାର ଧାରା ଅବିରତ ଭାବରେ ରହିଥାଏ । ଯାହା ଫଳରେ ନଦୀ,ନାଳ,ପୁଷ୍କରିଣୀ ଜଳାର୍ଣ୍ଣବ ହୋଇ ଉଠିଥାଏ । କିନ୍ତୁ ଚଳିତ ବର୍ଷ ରଣପୁର ଅଂଚଳରେ ଶ୍ରାବଣୀର ଧାରା ହଜିଯାଇଛି । ଯାହା ଫଳରେ ଖରସ୍ରୋତା ମନ୍ଦାକିନୀ ନଦୀ ଶୁଖିଲା ପଡିବାର ଦେଖା ଦେଇଛି । ପ୍ରତିବର୍ଷ ଖରସ୍ରୋତା ମନ୍ଦାକିନୀ ଏହି ସମୟରେ ଦୁଇକୁଳ ଖାଇ ବହିଯାଇଥାଏ ।

ଖରସ୍ରୋତା ମନ୍ଦାକିନୀ ଶୁଖିଲା ପଡିଛି ଚାଷୀ ମୁହଁରୁ ହସ ଲିଭିଯାଇଛି । ବର୍ଷାର ଅଭାବ ଯୋଗୁଁ ଚାଷକାମ ହୋଇପାରୁନି । କାମଧାମ ନ ପାଇ କୃଷି ଶ୍ରମିକମାନେ ଘରେ ବସି ରହିଛନ୍ତି । ଗୋଟିଏ ପଟେ କରୋନା କଟକଣା ଅନ୍ୟପଟେ ବର୍ଷାର ଅଭାବ ଚାଷୀକୁ ବ୍ୟଥିତ କରୁଛି । କୃଷି ଶ୍ରମିକମାନଙ୍କର ଜୀବନ ଜୀବିକା ପାଇଁ ସରକାର ଆଗେଇ ଆସିବା ପାଇଁ କୃଷି ଶ୍ରମିକ ମାନେ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.