ବଲାଙ୍ଗୀର ୨୧-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବ୍ଲକ ଅଧିନସ୍ଥ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମର ବହୁ ଚାଷୀ ଆଜି ମଙ୍ଗଳବାର ସକାଳେ ଆସି ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲିଘାଟରେ ବାଲି ଉଠାଣ ଜେସିବି କରିପାରିବ ନାହିଁ ବୋଲି ଉଲ୍ଲେଖ ଥିବା ବେଳେ ତଥା ହାଇଓ୍ଵା ଗାଡ଼ିରେ ବାଲି ଚାଲାଣ ସମ୍ପୁର୍ଣ୍ଣ ମନା ଥିବା ବେଳେ ଏହି ନିୟମକୁ ନମାନି ବାଲି ଉଠାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଗାଁ ଭିତରକୁ ଛୋଟ ରାସ୍ତା, ସେ ଭିତରେ ଵଡ ଵଡ ହାଇଓ୍ଵା ଯାଇ ବାଲି ଆଣୁଥିବା ଯୋଗୁଁ ଗାଁ ରାସ୍ତା ଖରାପ ହେଵା ସହ ଛୋଟ, ବଡ ଦୁର୍ଘଟଣା ମାନ ଘଟି ଚାଲିଛି। ସେହିପରି ଏହି ନିଲାମ ନେଇଥିବା ମାଲିକ ମିଥ୍ୟା ମାମଲା ରୁଜୁ କରି ଚାଷୀ ମାନଙ୍କୁ ପୋଲିସ ଲଗାଇ ହଇରାଣ କରୁଥିବା ଅଭିଯୋଗ ଆସିଛି। ଗ୍ରାମର ନଦୀ ପଠାରେ ଥିବା ସମସ୍ତ ଚାଷଜମି ଖରାପ ହେବା ସହ ରାସ୍ତା ଘାଟ ଖରାପ ବିଷୟରେ ସୋମବାର ସନ୍ଧ୍ୟାରେ ଗାଁ ଲୋକେ ଏକ ମିଟିଂ କରି ସ୍ଥାନୀୟ ସରପଞ୍ଚ ଶ୍ରୀ ଵିରଵର ସାହୁଙ୍କୁ ଡ଼ାକି ସବୁ କଥା କହିଥିଲେ। ସୋମବାର ସକାଳେ ସମସ୍ତ ଚାଷୀଙ୍କ ସହ ସରପଞ୍ଚ ସଂଘ ସଭାପତି ଶ୍ରୀ ଵିରଵର ସାହୁ, ସଂଘ ସମ୍ପାଦକ ହରି ନାରାୟଣ ମିଶ୍ର ଏବଂ ଯୁବ ଆଇନଯିଵି ବିରେନ୍ଦ୍ର ଵାଗ ମଧ୍ୟ ଉପସ୍ଥିତ ଥିଲେ। ସରପଞ୍ଚ ଵିରବର ସାହୁଙ୍କ କହିବାନୁଯାୟୀ ଘୋଡାର ଘାଟରୁ ବାଲି ନିଲାମ ଅନୁମତି ଥିବା ବେଳେ ଉଦେପୁର ଘାଟରୁ କିପରି ବାଲି ଉଠାଣ ହେଉଛି। ଜେସିଵିରେ ଵାଲିଉଠାଣ ନିୟମ ନ ଥିବା ବେଳେ ତଥା ହାଇଓ୍ବାରେ ବାଲି ଚାଲାଣ କରୁଥିବା ନିୟମ ନଥିବା ସତ୍ବେ କିପରି ହେଉଛି ଆଶ୍ଚର୍ଯ୍ୟର ବିଷୟ। ଗତ କିଛି ଦିନ ପୂର୍ବେ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ପୋଲିସ ବଳ ସହ ତିନୋଟି ହାଇଓ୍ଵା, ଏବଂ ଟ୍ରାକ୍ଟର ଜବତ କରି ଜରିମାନା ଆଦାୟ କରି ଛାଡ଼ି ଦେଇଥିଲେ, ଏଠାରେ ପ୍ରଶ୍ନ ଉଠେ ଯେ ତହସିଲଦାର ଜରିମାନା କେଉଁ ଆଧାରରେ ନେଲେ। ଯଦି ଜରିମାନା ଆଦାୟ କଲେ ତାମାନେ ବାଲି ଉଠାଣ କରୁଥିବା ମାଲିକ୍/ ସଂସ୍ଥା ବେଆଇନ ଅଛନ୍ତି ଅଥବା ହାଇଓ୍ଵା ଏବଂ ଜେସିବି ରେ ଵାଲି ଚୋରାଚାଲାଣ କରିବା ମଧ୍ୟ ବେଆଇନ କି। ଯାହାକି ସରପଞ୍ଚ ଏବଂ ସେହି ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି। ସରକାର ଙ୍କୁ ରାଜସ୍ବ ମିଳୁନଥିବା ବେଳେ ଏହିଭଳି ଚୋରାଚାଲାଣ କରୁଥିବା ଲୋକଙ୍କ ମୁଖା ଖୋଲି ଚାଷୀଙ୍କୁ ନ୍ୟାୟ ଦେଵ କିଏ। ନୂତନ ଉପଜିଲ୍ଲାପାଳ କ’ଣ ପଦକ୍ଷେପ ନେବେ ଦେଖିବାକୁ ରହିଲା।