Home Coronavirus Outbreak ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍

ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍

113

ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲି ୨୨ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ୧୦ ଦିନ ପାଇଁ ସଟ୍ ଡାଉନ ରହିବ ବୋଲି ଜିଲ୍ଲାପାଳ ଶୁଭମ୍ ସକ୍ସସେନା ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୦ ଦିନିଆ ସଟ୍ ଡାଉନ ଦୁଇ ପର୍ଯ୍ୟାୟରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପ୍ରଥମ ପର୍ଯ୍ୟାୟ ଏବଂ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ରହିବ। ସଟ୍ ଡାଉନ ସମୟରେ ଜିଲ୍ଲାରେ ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟ, ଗାଡ଼ିମୋଟର ଚଳାଚଳ, ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା ବ୍ୟତୀତ କୌଣସି ଦୁଇ ଚକିଆ ଯାନକୁ ଚଳାଚଳ ଅନୁମତି ମିଳିବ ନାହିଁ। ତେବେ କ୍ଷୀର, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ, ହସପିଟାଲ, କ୍ଲିନିକ୍, ଔଷଧ ଦୋକାନ ଓ ଖାଦ୍ୟ ପାର୍ସଲ ନେବାକୁ ରାସ୍ତା ପାର୍ଶ୍ୱ ଢାବା ଖୋଲା ରହିବ।

ଦ୍ୱିତୀୟ ପର୍ଯ୍ୟାୟ ସଟ୍ ଡାଉନରେ କଟକଣା ସାମାନ୍ୟ କୋହଳ ହେବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଆଜି ସମ୍ବଲପୁର ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.