Home ଓଡ଼ିଶା ପୁରୀ ପୌରାଚଂଳରେ ବିଭିନ୍ନ ୱାର୍ଡରେ ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଉଛି

ପୁରୀ ପୌରାଚଂଳରେ ବିଭିନ୍ନ ୱାର୍ଡରେ ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଉଛି

110

ପୁରୀ ୨୦-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ଗତକାଲି ସୁଦ୍ଧା ୪୧୨ ଜଣ କୋରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସହରରୁ ୬ଜଣ ଏହି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ୧୭ ତାରିଖରେ ୫ ପଜେଟିଭ୍ ଚିହ୍ନଟ ହୋଇଥିଲେ। ରବିବାର ଦିନ ଗ୍ରାମାଚଂଳରେ ଆଠଜଣ ପଜେଟିଭ୍ ଚିହ୍ନଟ ଯୋଇଛନ୍ତି। ଗତକାଲି ସହରର ୨ଟି ୱାର୍ଡ ଏବଂ କଣାସ ବ୍ଲକ୍‌ ର ଦୁଇଟି ଗ୍ରାମ କୁ ଜିଲ୍ଲା ପ୍ରଶାସନ କଟେଂନ୍‌ମେଟଂ୍ ଜୋନ ଘୋଷଣା କରିଛନ୍ତି। କଣାସ ବ୍ଲକ୍ ରୁ ୪ ଜଣ ଏବଂ ଗୋପ୍, ନିମାପଡା କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍ ରୁ ଜଣେ ଲେଖାଏଁ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ୪ ଟି ଇଲାକାରେ କଟେଂନ୍‌ମେଟଂ ଜୋନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୧୨ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ଏବେ ଏମାନଙ୍କ ମଧ୍ୟରୁ ୯୮ ରୋଗୀ ଆକ୍ଟିଭ୍‌ ଅଛନ୍ତି। ଭୁବନେଶ୍ୱର ଏବଂ ପୁରୀ ରେ ଏହିରୋଗୀ ମାନେ ଚିକିତ୍ସା ଧୀନ ଅଛନ୍ତି। ସହରାଚଂଳରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଶାସନ ର ଚିନ୍ତାର ବିଷୟ ହୋଇଛି। ସାହି ବସ୍ତିରେ ଜନ ସଚେତନା ଏବଂ ସଂକ୍ରମଣ ନିରାକରଣ ସର୍ଭେ କାର୍ଯ୍ୟକୁ ଏବେ ଜୋରଦାର କରାଯାଇଛି। କୌଣସୀ ଜରୁରୀ କାର୍ଯ୍ୟ ନଥିଲେ। ଲୋକମାନେ ଘରୁ ନବାହାରିବା ପାଇଁ ଓ ପ୍ରତ୍ୟେକ୍ ବ୍ୟକ୍ତି ମାସ୍କ୍ ପିନ୍ଦିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.