Home ଜିଲ୍ଲା ପରିକ୍ରମା ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ୍ ସିଲ୍

ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ୍ ସିଲ୍

140

ପୁରୀ ୧୨-୭ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ) କୋଭିଡ୍ -୧୯ ନିୟମ ଭଙ୍ଗ କରିଥବବା ଅଭିଯୋଗରେ ଶନିବାରଦିନ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ସୁପେରିଟେଂଣ୍ଡ ଇନ୍‌ଚାର୍ଜ ଡଃ ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ସତ୍ୟବାଦୀ ସ୍ଥିତ ଗୋପିନାଥ ନର୍ସିଂ ହୋମ୍ ଚଢାଉ କରିଥିଲେ। ଯାଞ୍ଚ ସମୟରେ ନର୍ସିଂ ହୋମ୍ କର୍ତ୍ତୃପକ୍ଷ ଭାଲିଡ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଓ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଖାଇପାରିନଥିଲେ। ଗତ ୦୬, ୦୭, ୨୦୨୦ ଉକ୍ତ ନର୍ସିଂହୋମ୍ ରେ ସ୍ୱାସ୍ଥ୍ୟ ବିଭାଗରେ କୋରନା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରି ଜଣେ କୋରନା ପଜିଟିଭ୍ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହାଦ୍ୱାରା ନର୍ସିଂହୋମ୍ କର୍ମଚାରୀ ବିପଦ ସୃଷ୍ଟି ହୋଇଛି। ଆଜି ପ୍ରଶାସନ ଦ୍ୱାରା ଏହି ନର୍ସିଂହୋମକୁ ସିଲ୍ କରିବା ସହ ଏହି ନର୍ସିଂହୋମ ପରିଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି। ଏ ସମ୍ବନ୍ଧରେ ଯାଞ୍ଚ ଦଳ ତରଫରୁ ସ୍ଥାନୀୟ ଥାନାରେ ଏକ ଏତେଲା ଦିଆଯାଇଛି। ସମସ୍ତ ଷ୍ଟାପ୍ କ୍ୱାରେଟାଂଇନ୍‌ରେ ପଠାଯିବା ସହ କଂଟାକ୍ଟ ଟ୍ରେସିଂ ଜାରି ରଖି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଟାଂଇନ୍ ରେ ରଖାଯିବା ପାଇଁ ପଦକ୍ଷେପ ନିଆଯାଇଛି। ନର୍ସିଂହୋମ୍ ସିଲ୍ ବେଳେ ସତ୍ୟବାଦୀ ତହସିଲ୍‌ଦାର ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟେଟ୍ ଏବଂ ସ୍ଥାନୀୟ ଜୟପୁର ପଚାଂୟତର ସରପଞ୍ଚ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.