ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ପଂଚୁଟିକ୍ରି ପଂଚାୟତରେ ଥିବା ଏକ ପଂଚାୟତ ରାସ୍ତାକୁ ନେଇ ବଢୁଛି ରାଜନୀତିଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ପଂଚୁଟିକ୍ରି ପଂଚାୟତ ବାସୀ ପ୍ରମାଦ ଗଣୁଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ପଂଚୁଟିକ୍ରି ପଂଚାୟତ ରେ ଜଗା ରାଉତ ଛକ ଠାରୁ ଆରମ୍ଭ ହୋଇ ନଛିପୁର ,ଖମାରସାହି ଦେଇ ଏହି ପଂଚାୟତ ରାସ୍ତାଟି ଯାଇ କରଞମାଳ -ପଂଚୁଟିକ୍ରି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ ହୋଇଛି । ଏହି ରାସ୍ତା ଉପରେ ୧୦ହଜାର ଉର୍ଦ୍ଧ ଲୋକ ନିର୍ଭର କରି ଚଳିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ୧କି.ମି ଲମ୍ବ ରାସ୍ତାକୁ ପକ୍କା କରିବା ପାଇଁ ପଂଚାୟତବାସୀ ଦାବୀ କରି ଆସୁଥିଲେ ମଧ୍ୟ ତାହା ନିର୍ମାଣ ହେବା କଷ୍ଟକର ବ୍ୟାପାର ହୋଇ ପଡିଛି । ଏହି ରାସ୍ତା ପଂଚାୟତ ଅଧିନରେ ଥିବା ବେଳେ ଏହି ରାସ୍ତାକୁ କେତେବେଳେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ଅଧିନରେ ଅଛି ବୋଲି କହୁଥିବା ବେଳେ ପୁଣି ଏହା ତାଙ୍କର ନୁହେଁ ବୋଲି ମଧ୍ୟ କହୁଛି । ଏହି ରାସ୍ତା ନିର୍ମାଣକୁ ନେଇ ପଂଚୁଟିକ୍ରି ପଂଚାୟତବାସୀ ଧାମରା ବନ୍ଦର କମ୍ପାନୀ କର୍ତୁପକ୍ଷଙ୍କୁ ଲିଖିତ ଭାବରେ ଜଣାଇଥିଲେ । ପରେ ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗ ଏହି କାର୍ଯ୍ୟର ସହମତି ପାଇଁ ଆଦାନୀ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଥିଲେ , ଏହି କାର୍ଯ୍ୟ ମଞୁର ହୋଇ ଆସିବା ପରେ ମଧ୍ୟ ଆଦାନୀ କର୍ତୁପକ୍ଷ ଏହି ରାସ୍ତା ନିର୍ମାଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବୋଲି ପଂଚୁଟିକ୍ରି ପଂଚାୟତର ସମିତିସଭ୍ୟ ସୁଧାଂଶୁ ବାରିକ ଅଭିଯୋଗ ଆଣିଛନ୍ତି ।
ତାଙ୍କ ମତରେ କିଛି ଅସାମାଜିକ ଲୋକ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଭେଟି ଏହି ରାସ୍ତା ନିର୍ମାଣ କରିବାକୁ ମନା କରିଛନ୍ତି ଫଳରେ ଧାମରା ବନ୍ଦରରେ ଥିବା ଭିପି ଜଗତ ପରିଜା ଜାଣିଶୁଣି ଏହି କାର୍ଯ୍ୟକୁ ଅହେତୁକ ବିଳମ୍ବ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ରାସ୍ତା ପଂଚୁଟିକ୍ରି ପଂଚାୟତ ଅଧିନରେ ରହିଛି ଏବଂ ପଂଚାୟତ ସରପଂଚ ଚାହିଁଲେ ଚାନ୍ଦବାଲି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଏହା ଖୁବ ଶୀଘ୍ର ହୋଇ ପାରିବ ବୋଲି ମଧ୍ୟ ଅଂଚଳବାସୀ ମତପୋଷଣ କରିଛନ୍ତି । ଅନ୍ୟ ପକ୍ଷରେ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ କାହିଁକି କରୁନାହିଁ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ ମତ ରଖି କୁହନ୍ତି ବର୍ତମାନ ସମୟରେ କରୋନା ପାଇଁ ଏହି ରାସ୍ତା ଆମ ଅଧିନରେ ଅଛିକି ନାହିଁ ତାହା ତଦନ୍ତ କରିବା ପରେ ଦୃଷ୍ଟି ଦେବୁ । ଅନ୍ୟ ପକ୍ଷରେ ଧାମରା ବନ୍ଦର ଭିପି ଜଗତ ପରିଜାଙ୍କ ମତାମତ ଲୋଡିବାରୁ ସେ କିଛିି ମତ ଦେବାକୁ ମନା କରିଦେଇଥିଲେ । ଆଜି ଭଳି ଦିନରେ ଏହି ରାସ୍ତାକୁ ନେଇ ରାଜନୀତି ଚାଲିଥିବା ବେଳେ ତୁରନ୍ତ ଏହି ୧କି.ମି ଲମ୍ବ ରାସ୍ତା ମରାମତି ଜରୁରୀ ହୋଇ ପଡିଛି ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଲେ ବର୍ଷାଦିନ ମଧ୍ୟରେ ଏହି ରାସ୍ତା ନିର୍ମାଣ ସମ୍ଭବ ହେବ ବୋଲି ପଂଚାୟତବାସୀ ଆଶାବାଦୀ ।