Home ଜିଲ୍ଲା ପରିକ୍ରମା ପରଲୋକରେ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ପତ୍ନୀ ସାବିତ୍ରୀ

ପରଲୋକରେ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ପତ୍ନୀ ସାବିତ୍ରୀ

116

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଧର୍ମପତ୍ନୀ ସାବିତ୍ରୀ ସେଠୀଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ଘଟିଛି । ୰ ସେଠୀ ଜଣେ ସ୍ନେହୀ, ଧର୍ମପରାୟଣା, ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ଦୁଇଦିନ ତଳେ ଅସୁସ୍ଥ ହୋଇପଡିବା ଯୋଗୁଁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ପୂର୍ବତନ ସାଂସଦ ଶ୍ରୀ ସେଠୀଙ୍କ ସମେତ ପୁଅ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ହସ୍‌ପିଟାଲରୁ ମର ଶରୀରକୁ ପ୍ରଥମେ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ କଂଗ୍ରେସ ନେତା ବିଧାୟକ ସୁର ରାଉତରାୟ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ବହୁ ରାଜନୈତିକ ନେତୃବୃନ୍ଦ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ବିରୋଧୀୟ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଅଭିମନ୍ୟୁ ସେଠୀ ପ୍ରମୁଖ ମଧ୍ୟ ରାଜଧାନୀସ୍ଥ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ପରେ ମରଶରୀରକୁ ଚରମ୍ପା ପଥରାଡିସ୍ଥିତ ଶ୍ରୀ ସେଠୀଙ୍କ ବାସଭବନକୁ ଅଣାଯାଇଥିଲା । ପୂର୍ବତନ ବିଧାୟକ ନରେନ ପଲେଇ, ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ, ମାଧବାନନ୍ଦ ମଲ୍ଲିକ, କଂଗ୍ରେସ ନେତା ଅଶୋକ ଦାସ, ଦେବେନ୍ଦ୍ର ମହାନ୍ତି, ଦିଲ୍ଲୀପ ନାୟକ, ବିଦ୍ୟାଧର ଯେନା, ଦିଗମ୍ବର ଦାସ, ଅମୀୟ ମହାପାତ୍ର, ସୁବ୍ରତ ଦାସ, ନଳିନୀ ମହାନ୍ତି, ସମାଜସେବୀ ସୁଧାକର ରାଉତ, ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ମାନସ ବାରିକ, ବାପୁଜୀ ନାୟକ, ବିକାଶ ଦାସ, ଧବଳେଶ୍ୱର ପଣ୍ଡା, ଆଶିଷ ରାଉତ, ସରୋଜ ଦାସ, ବଳରାମ ରାଉତଙ୍କ ସମେତ ବହୁ ନେତା ପହଞ୍ôଚ ଶେଷ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.