ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏବଂ ଏନ୍ସିଆର୍ର ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ ଏହା ପ୍ରାୟ ସନ୍ଧ୍ୟା ୭ ଟା ସମୟରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ରାଜସ୍ଥାନର ଅଲୱାର ଠାରୁ ଉତ୍ତରରେ ୫୦ କିମି ଦୂରତା ୩୫ କିମି ଗଭୀରତାରେ ଥିଲା ବୋଲି ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ୍ ସିସମୋଲଜି ପ୍ରକାଶ କରିଛି ଏବଂ ତୀବ୍ରତା ଥିଲା ୪.୭ । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।